www.samajalive.in
Wednesday, December 10, 2025
18.1 C
Bhubaneswar

୨ ମାସରେ ଲକ୍‌ଡାଉନ୍ କ୍ଷତି – ଦେଶରେ ୯ ଲକ୍ଷ କୋଟି, ରାଜ୍ୟ​‌ରେ କ୍ଷତି ୩୫ ହଜାର କୋଟି

ଭୁବନେଶ୍ବର: କୋଭିଡ୍‌-୧୯ ଯୋଗୁ ଦେଶରେ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ର ପ୍ରଭାବ ଦେଶର ଖୁଚୁରା ବଜାର ଉପରେ ପଡିଛି। ଦୀର୍ଘ ୬୦ ଦିନ ଧରି ଲକ୍‌ ଡାଉନ୍ ପାଇଁ ଲାଗୁ କରାଯାଇଥିବା କଟକଣା ଖୁଚୁରା ବଜାର କାରବାରକୁ ଦୋହଲାଇ ଦେଇଛି। ଏଥିପାଇଁ ଏହି ଛୋଟ ଛୋଟ ବ୍ୟବସାୟୀଙ୍କୁ ସହିବାକୁ ପଡିଛି କୋଟି କୋଟି ଟଙ୍କା। ଏହି ସମୟରେ ଦେଶରେ ୯ ଲକ୍ଷ ​‌େ​‌କାଟି ଟଙ୍କାର ଖୁଚୁରା କାରବାର କ୍ଷତି ହୋଇଥିବାବେଳେ ରାଜ୍ୟରେ ଏହି ପରିମାଣ ୩୫,୦୦୦ ​କୋଟି ଟଙ୍କା ଛୁଇଁଛି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଟି) ରାଜସ୍ବ ବାବଦରେ ସହିବାକୁ ପଡିଛି ବହୁ ​କୋଟି କୋଟି ଟଙ୍କାର କ୍ଷତି। ଏଥିରେ କେବଳ ରାଜ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୨ ​କୋଟିକୋଟି ଲୋକ ​ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି।

ଲକ୍‌ ଡାଉନ୍‌ ଯୋଗୁ ଦେଶରେ ବିଗତ ୬୦ ଦିନ ମଧ୍ୟରେ ଖୁଚୁରା କାରବାର କ୍ଷେତ୍ରକୁ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର କ୍ଷତି ପହଞ୍ଚିଛି। ସମୟକ୍ରମେ କାରବାର କ୍ଷେତ୍ରରେ କେନ୍ଦ୍ର ସରକାର କୋହଳ ପ୍ରଦର୍ଶନ କରିବା ପରେ ମଧ୍ୟ ମାତ୍ର ୫% ବ୍ୟବସାୟ କାରବାର ହୋଇଛି। ଏବେ ବି ଦେଶରେ ମାତ୍ର ୮% କର୍ମଚାରୀ ଦୋକାନ ଆସୁଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ସି. ଭରତିଆ ଏବଂ ରାଷ୍ଟ୍ରୀୟ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି।

- Advertisement -

ସେହିଭଳି ରାଜ୍ୟରେ ଲକ୍‌ଡାଉନ୍‌ର ୬୦ ଦିନରେ ଖଚୁରା ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୩୦,୦୦୦ରୁ ୩୫,୦୦୦ କୋଟି ଟଙ୍କାର କ୍ଷତି ହୋଇଛି। ରାଜ୍ୟରେ ​ମୋଟ ୨୦ ଲକ୍ଷ ଖୁଚୁରା ବ୍ୟବସାୟୀ ରହିଛନ୍ତି। ଏଥିଯୋଗୁ ସିଧାସଳଖ ଭାବେ ୧ କୋଟି ଏବଂ ପରୋକ୍ଷ ଭାବେ ୨ ​କୋଟି ଖୁଚରା ବ୍ୟବସାୟୀ ନିଜର ଜୀବନଜୀବିକାକୁ ନେଇ ପ୍ରଭାବିତ ହୋଇଥିବା ସର୍ବଭାରତୀୟ ଭାରତୀୟ ବ୍ୟବସାୟୀ ମହାସଂଘର ରାଜ୍ୟ ସଭାପତି ସୁଧାକର ପଣ୍ଡା କହିଛନ୍ତି। ଖୁଚୁରା କାରବାର ପ୍ରଭାବିତ ହେବା ଯୋଗୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜିଏସ୍‌ଟି ରାଜସ୍ବ ବାବଦରେ ଦେଢ ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡିଛି। ତେବେ ଏଥିପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ପ୍ରାୟ ୨୪୦୦ ​କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିବା ଶ୍ରୀ ପଣ୍ଡା କହିଛନ୍ତି। ତାଙ୍କ ମତରେ ବର୍ତ୍ତମାନ ଲୋକଙ୍କ ପାଖରେ ରୋଜଗାର ନ ଥିବା ଯୋଗୁ ବଜାରରେ ଚାହିଦାରେ ବୃହତ୍‌ ହ୍ରାସ ଘଟିଛି। ଏଥିପାଇଁ ବଜାରରେ ଚାହିଦାରେ ବୃଦ୍ଧି ଘଟାଇବାକୁ ପଡିବ। ତେବେ ଏଭଳି ସମୟରେ ଖୁଚୁରା ବ୍ୟବସାୟୀଙ୍କୁ ଆର୍ଥିକ ପ୍ୟାକେଜ୍‌ ଦେବାକୁ ଆମେ ସରକାରଙ୍କ ନିକଟରେ ଦାବିି କରିସାରିଛୁ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories