www.samajalive.in
Wednesday, December 10, 2025
18.1 C
Bhubaneswar

ବିଦ୍ୟାଳୟ ମନ୍ଦିର, ଶିକ୍ଷକ ଭଗବାନ: ହାଇକୋର୍ଟ

କଟକ: ବିଦ୍ୟାଳୟ ମନ୍ଦିର ଓ ଶିକ୍ଷକ ଭଗବାନ ବିଶ୍ବାସ ନେଇ ବିଦ୍ୟାର୍ଥୀ ସ୍କୁଲ ପରିବେଶରେ ବଢିଥାନ୍ତି ବୋଲି ହାଇକୋର୍ଟ ପ୍ରଦାନ କରିଥିବା ରାୟରେ ଉଲ୍ଲେଖ କରାଯାଇଛି। ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଯୌନ ନିର୍ୟାତନା ଘଟଣା ଏବେ ପଦାକୁ ଆସୁଛି। କିନ୍ତୁ ଦୁର୍ଭାଗ୍ୟବସତ ଏହାକୁ ସମାଜରେ ସ୍ବୀକାର କରାଯାଉ ନାହିଁ। ଏହା ବି ସତ ଯେ ଅଧିକାଂଶ ଶିକ୍ଷକ ବିଶ୍ବାସଯୋଗ୍ୟ ଓ ନୈତିକ ନିୟମ ଦ୍ବାରା ପରିଚାଳିତ। ଏହି ପରି ଶିକ୍ଷକ ପେସାଦାର ମନୋବୃତ୍ତି ନେଇ ଦାୟିତ୍ବ ସଂପାଦାନ କରି ନିଜ ପାଇଁ ଓ ନିଜ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଥାନ୍ତି। କିନ୍ତୁ କେତେକ ବିପଥଗାମୀ ଶିକ୍ଷକ ଛାତ୍ରଛାତ୍ରୀଙ୍କ ସହିତ ଅନୁପଯୁକ୍ତ ସଂପର୍କରେ ସଂପୃକ୍ତ ହୋଇ ଶିକ୍ଷାଦାନ-ଜ୍ଞାନ ଅର୍ଜନ ସଂସ୍କୃତିର ମୂଳଦୁଆକୁ ଦୋହଲାଇ ଦେଇଛନ୍ତି ବୋଲି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଆବେଦନକାରୀ ଶିକ୍ଷକଙ୍କ ଜାମିନ ପ୍ରସଂଗରେ ଶୁଣାଣି କରି ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ଖଣ୍ଡପୀଠ ଆବେଦନକାରୀ ଶିକ୍ଷକଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ପ୍ରଦାନ କରାଯାଇ ଟିପ୍ପଣୀ ନିମ୍ନ ଅଦାଲତରେ ମାମଲାର ଶୁଣାଣିକୁ ପ୍ରଭାବିତ କରିବ ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ମନୋଜ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଉରକେଲାର ବନ୍ଧମୁଣ୍ଡା ଥାନାରେ ଜଣେ ଯୁକ୍ତ ଦୁଇ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ କରି ଦର୍ଶାଇଥିଲେ‌ ଯେ ସେ ପୂର୍ବରୁ ପଢୁଥିବା ସ୍କୁଲକୁ ୨୦୧୯, ଡିସେମ୍ବର ୮ରେ ଯାଇଥିବା ବେଳେ ତାଙ୍କ ସହିତ ସ୍କୁଲର ଅଧ୍ୟକ୍ଷ ତଥା ସଂପାଦକ ଦୁଷ୍କର୍ମ କରିଥିଲେ। ସିଆରପିସିର ଧାରା ୧୬୧ ଓ ୧୬୪ରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ପୀଡିତା ଅଭିଯୋଗରେ ଦର୍ଶାଇଥିଲେ ଯେ ଷଷ୍ଠ ଶ୍ରେଣୀ‌ରେ ପଢୁଥିବା ସାନ ଭାଇର ଆଡମିଟ୍ କାର୍ଡ ନେବାକୁ ତାଙ୍କୁ ଘଟଣା ଦିନ ଅଧ୍ୟକ୍ଷ ଡକାଇ ଦୁଷ୍କର୍ମ କରିଥିଲେ। ଏହି ଘଟଣା ବାହାରେ ପ୍ରକାଶ କରିଲେ ତାଙ୍କୁ ଓ ପରିବାର ସଦସ୍ୟଙ୍କୁ ଭୟଭୟ ପରିଣତି ଭୋଗ କରିବେ ବୋଲି ଆବେଦନକାରୀ ତାଙ୍କୁ ଧମକ ଦେଇଥିଲେ। ଏଥି ସହିତ ତାଙ୍କ ଫଟୋ ବାହାରେ ଭାଇରାଲ କରିବା ପାଇଁ ଧମକ ଦେଇଥିଲେ ଅଭିଯୁକ୍ତ। ପରବର୍ତ୍ତୀ ସମୟରେ ସେ ମା’ଙ୍କୁ ଘଟଣା ସଂକ୍ରାନ୍ତରେ ଅବଗତ କରିଥିଲା। ଏହାପରେ ଏ ନେଇ ରାଉରକେଲା ଏସପିଙ୍କୁ ଭେଟି ପୀଡିତା ସବୁ କଥା ଜଣାଇଥିଲେ। ଏହାପରେ ବନ୍ଧମୁଣ୍ଡା ଥାନାରେ ଆଇପିସିର ଦଫା ୩୭୬, ୨୯୪, ୫୦୬ରେ ମାମଲା ରୁଜୁ ହୋଇଥିଲା। ପୁଲିସ ଆବେଦନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୨୦, ମାର୍ଚ୍ଚ ୧୩ରେ ରାଉରକେଲା ଅତିରିକ୍ତ ଦୌରା ଜଜ୍ ଆବେଦନକାରୀଙ୍କ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories