www.samajalive.in
Tuesday, December 9, 2025
16.1 C
Bhubaneswar

ବିଷ୍ଣୁ ପ୍ରସାଦ ନନ୍ଦ ରେଲୱେ ବୋର୍ଡ ସ୍ବାସ୍ଥ୍ୟସେବା ଡିଜି

କଟକ: ଭାରତୀୟ ରେଳ ସ୍ବାସ୍ଥ୍ୟ ସେବା (ଆଇଆରଏଚ୍‌ଏସ୍‌)ର ବରିଷ୍ଠ ଅଧିକାରୀ ଡ. ବିଷ୍ଣୁପ୍ରସାଦ ନନ୍ଦଙ୍କୁ ରେଳବାଇ ବୋର୍ଡର ସ୍ବାସ୍ଥ୍ୟ ମହାନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଶ୍ରୀ ନନ୍ଦଙ୍କୁ ଏହି ପଦୋନ୍ନତି ଦିଆଯାଇଛି। ରେଳବାଇ ବୋର୍ଡର ସ୍ବାସ୍ଥ୍ୟ ମହାନିର୍ଦେଶକ ଭଳି ପ୍ରମୁଖ ପଦରେ ନିଯୁକ୍ତି ପାଇବାରେ ବିଷ୍ଣୁପ୍ରସାଦ ହେଉଛନ୍ତି ଜଣେ ପ୍ରଥମ ଓଡ଼ିଆ। ସଂପ୍ରତି ଶ୍ରୀ ନନ୍ଦ ଦକ୍ଷିଣାଞ୍ଚଳ ରେଳବାଇର ପିସିଏମ୍‌ଡି ପଦରେ କାର୍ୟ୍ୟ କରୁଛନ୍ତି।

୧୯୭୪ରେ ବରୀ ହାଇସ୍କୁଲରୁ ମାଟ୍ରିକ୍, ୧୯୭୬ରେ ରେଭେନ୍ସା କଲେଜରୁ ଇଣ୍ଟରମିଡିଏଟ୍‌ ପରେ ୧୯୮୧ରେ ଏସସିବି ମେଡିକାଲ କଲେଜରୁ ଏମବିବିଏସ୍ ପାସ୍‌ କରି କେନ୍ଦ୍ରୀୟ ଲୋକସେବା ଆୟୋଗ ପରିଚାଳିତ କମ୍ବାଇନ୍ଡ ମେଡିକାଲ ସର୍ଭିସେସ୍‌ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଭାରତୀୟ ରେଲୱେ ମେଡିକାଲ ସର୍ଭିସେସ୍ ପାଇଥିଲେ। ୧୪ ନଭେମ୍ବର ୧୯୮୪ରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ରେ ସ୍ବାସ୍ଥ୍ୟ ଅଧିକାରୀ ରୂପେ କାର୍ୟ୍ୟାରମ୍ଭ କରି ୬ ମାସର ପ୍ରୋବେସନ୍‌ ପରେ ନାଗପୁର ଡିଭିଜନ୍‌ର ମଧ୍ୟପ୍ରଦେଶସ୍ଥିତ ଛିନ୍ଦୱାଡା ସ୍ବାସ୍ଥ୍ୟ କେନ୍ଦ୍ରରେ ସହଯୋଗୀ ଡିଭିଜନାଲ ମେଡିକାଲ ଅଫିସର, ପରେ ରାଞ୍ଚିସ୍ଥିତ ହାଟିଆ ରେଲୱେ ହସ୍ପିଟାଲ, ୧୯୯୩ରେ ଭୁବନେଶ୍ବରସ୍ଥ ମଞ୍ଚେଶ୍ବର ରେଲୱେ ହସ୍ପିଟାଲରେ ଆଦିରେ କାର୍ୟ୍ୟ କରିଥିଲେ। ମୁମ୍ବଇ ୟୁନିଭରସିଟିରୁ ଇଏନ୍‌ଟିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଆଦ୍ରା ରେଳୱେ ଡିଭିଜନ୍‌ରେ ଇଏନଟି ସ୍ପେଶାଲିଷ୍ଟ ଭାବେ ନିଯୁକ୍ତି ପାଇଥିଲେ। ୧୯୯୭ରେ ଚିଫ୍‌ ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟ ଭାବେ ପଶ୍ଚିମବଙ୍ଗ ଓ ତାମିଲନାଡୁର ବିଭିନ୍ନ ରେଳୱେ ଡିଭିଜନ୍‌ରେ ସଫଳତାର ସହ କାର୍ୟ୍ୟ କରିଥିଲେ। ୨୦୧୮ରେ ୬ ଡିଭିଜନ୍‌ ବିଶିଷ୍ଟ ସମଗ୍ର ଦକ୍ଷିଣାଞ୍ଚଳ ରେଳୱେର ପ୍ରଧାନ ମୁଖ୍ୟ ଚିକିତ୍ସା ନିର୍ଦେଶକ (ପିସିଏମଡି) ଭାବେ ପଦୋନ୍ନତି ପାଇଥିଲେ।

- Advertisement -

ଛତିଆ ନିବାସୀ ମାତା ବୀଣାପାଣି ନନ୍ଦ ଓ ପିତା ସ୍ବର୍ଗତ ବସନ୍ତ କୁମାର ନନ୍ଦଙ୍କ ପୁଅ ବିଷ୍ଣୁପ୍ରସାଦ ଶ୍ରୀମତୀ ଉଷାରାଣୀ ପଣ୍ଡା ଓ ରାଜ୍ୟର ଖ୍ୟାତାନାମା କ୍ରିମିନାଲ ଓକିଲ ସ୍ବର୍ଗତ ଭିକାରୀ ପଣ୍ଡାଙ୍କ ଜାମାତା। ବିଷ୍ଣୁପ୍ରସାଦଙ୍କ ପତ୍ନୀ ଡାକ୍ତର ମଧୁସ୍ମିତା ନନ୍ଦ ଅଧୁନା ତାମିଲନାଡୁର ମେରାମ୍ବୁର ରେଳୱେ ହସ୍ପିଟାଲରେ ବରିଷ୍ଠ ପାଥୋଲୋଜି କନ୍‌ସଲ୍‌ଟାଣ୍ଟ ଭାବେ କାର୍ୟ୍ୟରତ। ଶ୍ରୀ ନନ୍ଦଙ୍କ ନୂତନ ନିଯୁକ୍ତିରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories