www.samajalive.in
Friday, December 12, 2025
19.1 C
Bhubaneswar

ରାଜ୍ୟର ୨୬ ଜିଲାକୁ ବ୍ୟାପିଲା କରୋନା ସଂକ୍ରମଣ

ଭୁବନେଶ୍ବର: କିଏ କହେ କରୋନାକୁ ଡରନା, କିଏ କହେ ତା’ ନାଁ ଧରନା। ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ଯେଉଁ କରୋନା ଭୂତାଣୁ ଓଡ଼ିଶା ପାଇଁ ଅଜଣା ଥିଲା ଏବେ ତା’ର ଅସଲ କରାମତି ଦେଖାଇବା ଆରମ୍ଭ କରିଦେଇଛି। ଚାରି ପାଞ୍ଚଦିନରେ ଗୋଟିଏ କିମ୍ବା ଦୁଇଟି ସଂକ୍ରମିତ ରାଜଧାନୀରୁ ବାହାରୁଥିବାବେଳେ ଏବେ ପ୍ରବାସୀଙ୍କ ପାଇଁ ତା’ର ହିସାବ ଦେଖି ଜନସାଧାରଣ ଚକିତ ହୋଇପଡୁଛନ୍ତି। ମାର୍ଚ୍ଚ ୧୫ରେ ଜଣେ ବିଦେଶୀ ଚିହ୍ନଟ ହୋଇଥିବାବେଳେ ଏହାକୁ ନେଇ ରାଜ୍ୟରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଥିଲା। ତେବେ ୧୦୦ଜଣଙ୍କୁ ସଂକ୍ରମିତ କରିବାପାଇଁ ଭୂତାଣୁକୁ ଏପ୍ରିଲ ୨୪ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। କରୋନାର ଗତି ଏତେ ତୀବ୍ର ହେଲାଣି ଯେ ୧୦ଦିନ ଭିତରେ ଏହାର ଦ୍ବିଗୁଣ ହୋଇସାରିଲାଣି। ଦିନକୁ ହାରାହାରି ୭୦ଜଣ ଆକ୍ରାନ୍ତ ଏବେ ଚିହ୍ନଟ ହେଉଛନ୍ତି।

ଶନିବାର ରାଜ୍ୟରେ ୮୦ ନୂତନ ସଂକ୍ରମିତଙ୍କୁ ନେଇ ସଂଖ୍ୟା ୧୨୬୯ ଛୁଇଁଛି। ତେବେ ଏହି ସମୟରେ ୬୨ ଆରୋଗ୍ୟ ହେବା ରାଜ୍ୟ ପାଇଁ ଖୁସି ଖବର ଆଣି ଦେଇଛି, ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୪୯୭ରେ ପହଞ୍ଚିଛି। ଏଥିରେ ମହାରାଷ୍ଟ୍ରର ଜଣେ ସଂକ୍ରମିତ ରହିବାବେଳେ ଗଞ୍ଜାମର ୪୧, ବାଲେଶ୍ବରର ୧୫, ରାଉରକେଲାର ୨ ଏବଂ ଭଦ୍ରକ, ମୟୂରଭଞ୍ଜ ଏବଂ ଯାଜପୁରର ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି।

- Advertisement -

ସୂଚନା ଅନୁଯାୟୀ ଆଜି ଗଞ୍ଜାମରେ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଏମାନଙ୍କ ମଧ୍ୟରୁ ୧୫ ଜଣ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ। ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ରେ ପହଞ୍ଚିଛି। ସେହିପରି ଯାଜପୁରର ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ପଶ୍ଚିମବଙ୍ଗ, ୫ ଜଣ ଆନ୍ଧ୍ରପ୍ରଦେଶ ଓ ଜଣେ ଗୁଜରାଟରୁ ଫେରିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୩୯ ଛୁଇଁଛି। ତେବେ ପୁରୀ ଜିଲାରୁ ଆଜି ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୧ ଜଣ ଗୁଜରାଟରୁ, ୪ ଜଣ ପଶ୍ଚିମବଙ୍ଗରୁ, ଜଣେ ଆନ୍ଧ୍ରପ୍ରଦେଶରୁ ଓ ଜଣେ ତାମିଲନାଡୁ ଫେରନ୍ତା ଥିବା ଜଣାଯାଇଛି। ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories