www.samajalive.in
Monday, December 8, 2025
13.1 C
Bhubaneswar

କରୋନା ଅପଡେଟ୍ : ୫ ରାଜ୍ୟରେ ୮୦% ସଂକ୍ରମିତ, ଆରୋଗ୍ୟ ହାର ୪୧.୩୯%

ନୂଆଦିଲ୍ଳୀ : ଦେଶରେ କରୋନା ଭୂତାଣୁ ମୁକାବିଲା ପାଇଁ ଲକଡାଉନ୍ ଜାରି ରହିଛି । ଯଦିଓ ଲକଡାଉନ୍ ୪.୦ ସମୟରେ ଅନେକ କଟକଣା କୋହଳ  କରାଯାଇଛି, ତେବେ ଏହା ଚିନ୍ତାର ବିଷୟ ଯେ କରୋନା ସଂକ୍ରମଣ ମାମଲା ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଦେଶ ବ୍ୟାପୀ ଲକଡାଉନ୍ ଲାଗୁ ହେବା ଯୋଗୁଁ ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣକୁ ରୋକାଯାଇ ପାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‍ ନାଇଣ୍ଟିନ୍‍ ସମ୍ବନ୍ଧୀୟ ଏକ କ୍ଷମତାପନ୍ନ ଗୋଷ୍ଠୀର ଅଧ୍ୟକ୍ଷ ଡକ୍ଟର ଭି.କେ. ପଲ କହିଛନ୍ତି, ଦେଶରେ କଟକଣା ଲାଗୁ ହେବା ପୂର୍ବରୁ ପ୍ରତି ୩.୪ ଦିନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥିବା ବେଳେ ବର୍ତ୍ତମାନ ପ୍ରତି ୧୩.୩ ଦିନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି । କୋଭିଡ୍‍-୧୯ କଟକଣା ଲାଗୁ ଯୋଗୁଁ ଏହି ସଫଳତା ମିଳିଛି ।

- Advertisement -

ସେ କହିଛନ୍ତି, ମୋଟ୍‍ କୋଭିଡ୍‍-୧୯ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୮୦% ସଂକ୍ରମିତ ଲୋକ ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଦିଲ୍ଲୀ ଓ ମଧ୍ୟପ୍ରଦେଶ ଆଦି ୫ ରାଜ୍ୟରେ ରହୁଛନ୍ତି ।

ଦେଶରେ ମୋଟ୍‍ ୫୧ ହଜାର ୭୮୪ ଜଣ କରୋନା ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋଭିଡ୍‍-୧୯ ଆରୋଗ୍ୟ ହାର ୪୧.୩୯%କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୨୫୦ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ସେହିପରି  ୬୬୫୪ଜଣ ନୂତନ ଲୋକଙ୍କଠାରେ କୋଭିଡ-୧୯ ସଂକ୍ରମଣ ହୋଇଥିବା ଚିହ୍ନଟ ହୋଇଛି । ଏଥିସହିତ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୫ହଜାର ୧୦୧କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୧୩୭ଜଣଙ୍କର କୋଭିଡ ନାଇଣ୍ଟିନ୍‍ ସଂକ୍ରମଣରେ ମୃତ୍ୟୁ ଘଟିବା ସହିତ ମୋଟ୍‍ ମୃତ୍ୟୁସଂଖ୍ୟା ୩୭୨୦ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ(ଆଇସିଏମ୍‍ଆର୍‍) କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୧ ଲକ୍ଷ ୧୫ହଜାର ୩୬୪ଟି କୋଭିଡ୍‍ ନମୂନାର ପରୀକ୍ଷା କରାଯାଇଛି । ଏଥିସହିତ ଦେଶରେ ଏପର୍ଯ୍ୟନ୍ତ ୨୮ଲକ୍ଷ ୩୪ ହଜାର ୭୯୮ଟି ନମୂନାର ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୮୭ଟି ପରୀକ୍ଷାଗାରରେ କୋଭିଡ-୧୯ ନମୂନା ପରୀକ୍ଷା କରାଯାଉଛି । ସେଗୁଡିକ ମଧ୍ୟରେ ୪୦୭ଟି ସରକାରୀ ପରୀକ୍ଷାଗାର ଥିବାବେଳେ ୧୮୦ଟି ବେସରକାରୀ ପରୀକ୍ଷାଗାର ରହିଛି ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories