www.samajalive.in
Monday, December 8, 2025
14.1 C
Bhubaneswar

ଆସନ୍ତା ୧୦ ଦିନ ମଧ୍ୟରେ ଚାଲିବ ଆଉ ୨୬୦୦ ଶ୍ରମିକ ସ୍ପେଶାଲ୍‍ ଟ୍ରେନ୍‍

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆସନ୍ତା ୧୦ ଦିନ ମଧ୍ୟରେ ଦେଶରେ ଆଉ ୨୬୦୦  ଶ୍ରମିକ ସ୍ପେଶାଲ୍‍ ଟ୍ରେନ୍‍ ଚଳାଇବ । ଏହି ଟ୍ରେନ୍‍ଗୁଡ଼ିକର ଚଳାଚଳ ପରେ ୩୬ଲକ୍ଷ ଲୋକ ସେମାନଙ୍କର ନିଜ ନିଜର ଘରେ ପହଞ୍ଚି ପାରିବେ । ରେଳବାଇ ପକ୍ଷରୁ ଗତ ପହିଲାରୁ ଶ୍ରମିକ ସ୍ପେଶାଲ୍‍ ଟ୍ରେନ୍‍ ଗୁଡ଼ିକର ଚଳାଚଳ ଆରମ୍ଭ କରାଯାଇଛି । ଏହି ଟ୍ରେନ୍‍ଗୁଡ଼ିକରେ ସ୍ଥାନାନ୍ତରିତ ଶ୍ରମିକ,ତୀର୍ଥଯାତ୍ରୀ, ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟ ଲୋକମାନେ ନିଜ ନିଜର ଘରକୁ ଫେରୁଛନ୍ତି।


ଦୁଇଟି ରାଜ୍ୟ ମଧ୍ୟରେ ସହମତି ସୃଷ୍ଟି ହେବା ପରେ ରେଳବାଇ ସମ୍ପୃକ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଟ୍ରେନ୍‍ ଚଳାଚଳ ପାଇଁ ବ୍ୟବସ୍ଥା କରୁଛି । ଏହି ଟ୍ରେନ୍‍ଗୁଡ଼ିକର ଚଳାଚଳ ପାଇଁ ରେଳବାଇ ଓ ରାଜ୍ୟ ସରକାରମାନେ ନୋଡାଲ୍‍ ଅଫିସରମାନଙ୍କୁ ନିଯୁକ୍ତ କରିଛନ୍ତି । ରେଳବାଇ ବୋର୍ଡ ଚେୟାରମ୍ୟାନ୍‍ ବିନୋଦ କୁମାର ଯାଦବ କହିଛନ୍ତି, ଶ୍ରମିକ ସ୍ପେଶାଲ୍‍ ଟ୍ରେନ୍‍ଗୁଡ଼ିକର ସୂଚାରୁରୂପେ ଚଳାଚଳ ପାଇଁ ସମନ୍ୱୟ ରକ୍ଷା ଦିଗରେ ଅଫିସରମାନେ କାର୍ଯ୍ୟ କରୁଛନ୍ତି । ଗତ ୨୩ ଦିନ ମଧ୍ୟରେ ରେଳବାଇ ୨୬୦୦ ଶ୍ରମିକ ସ୍ପେଶାଲ୍‍ ଟ୍ରେନ୍‍ ଚଳାଇ ୩୬ଲକ୍ଷ ଲୋକଙ୍କୁ ସେମାନଙ୍କର ଘରେ ପହଞ୍ଚାଇଛି । ଶ୍ରମିକ ସ୍ପେଶାଲ୍‍ ଟ୍ରେନ୍‍ଗୁଡ଼ିକ ବ୍ୟତୀତ ରେଳବାଇ ଗତ ୧୨ ତାରିଖରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‍ର ଚଳାଚଳ ଆରମ୍ଭ କରିଛି । ଆସନ୍ତା ମାସ ପହିଲାରୁ ୨୦୦ ଟ୍ରେନ୍‍ ଚଳାଚଳ କରାଯିବା ବିଷୟରେ ରେଳବାଇ ଘୋଷଣା କରିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories