www.samajalive.in
Thursday, December 11, 2025
14.1 C
Bhubaneswar

ପ୍ରବାସୀଙ୍କ ସହ ଭୋଜିଭାତ ମହଙ୍ଗା ପଡିଲା : କ୍ୱାରେଣ୍ଟାଇନରେ ‘ସରପଞ୍ଚ’

କେନ୍ଦୁଝରଗଡ : କରୋନା ଭାଇରସ ‘କୋଭିଡ-୧୯’ ବିଶ୍ୱରେ ମହାମାରୀ ରୂପ ଧାରଣ କରିଥିବା ବେଳେ ପଞ୍ଚାୟତମାନଙ୍କରେ ଏହାର ନିୟନ୍ତ୍ରଣ ପାଇଁ ସରପଞ୍ଚମାନଙ୍କୁ ରାଜ୍ୟ ସରକାର ଯୋଦ୍ଧା ଭାବେ ଘୋଷଣା କରିବା ସହ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ସରକାରଙ୍କଠାରୁ ଏହି କ୍ଷମତା ପାଇବା ପରେ କେତେକ ଜିଲାରେ ସରପଞ୍ଚମାନେ ଜିଲାପାଳ କ୍ଷମତା ପ୍ରୟୋଗ କରି ଲକ୍‍ଡାଉନ ଓ ସଟ୍‍ଡାଉନ ଭଳି ପଦକ୍ଷେପ ଗ୍ରହଣ କରି ବେଶ୍‍ ଚର୍ଚ୍ଚାରେ ଆସିଛନ୍ତି। ତେବେ ଆଦିବାସୀବହୁଳ କେନ୍ଦୁଝର ଜିଲାର କରୋନା ଯୋଦ୍ଧା ‘ସରପଞ୍ଚ’ଙ୍କ ଏକ ନିଆରା କାରନାମା ଯୋଗୁଁ ଶେଷରେ କ୍ୱାରେଣ୍ଟାଇନରେ ଯିବା ଏଠାରେ ବେଶ୍‍ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲାର ସବୁଠାରୁ ଅନୁନ୍ନତ ତଥା ପଛୁଆ ବାଂଶପାଳ ବ୍ଲକ ତଳଚମ୍ପେଇ ପଞ୍ଚାୟତ ସରପଞ୍ଚ ଚନ୍ଦ୍ରମଣି ପରିଆଳଙ୍କ ୩ଜଣ ପ୍ରବାସୀ ସାଙ୍ଗ ମଙ୍ଗଳବାର ଚେନ୍ନଇରୁ ଆସି ପୂର୍ବାହ୍ନରେ କେନ୍ଦୁଝର ସହରରେ ପହଞ୍ଚିବା ପରେ ସେମାନଙ୍କୁ ବିନା ପଞ୍ଜିକରଣରେ ସରପଞ୍ଚ ସଙ୍ଗରେ ଆଣିଥିଲେ। ଏହାସହିତ ସେମାନଙ୍କ ସହ ଭୋଜିଭାତ କରି ଖାଇ ଅପରାହ୍ନରେ ତଳକଇଁସାରୀ ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ନେଇ ସେମାନଙ୍କୁ ଛାଡି ଆସିଥିଲେ। ସେହିଦିନ ସନ୍ଧ୍ୟାରେ ଏହି ୩ ପ୍ରବାସୀଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରେ ଅଶାଳୀନ ବ୍ୟବହାର ସହ ଧମକଚମକ ଦେବାରୁ ଖବରପାଇ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଏମିତି ନକରିବା ପାଇଁ ତାଗିଦ୍ କରିଥିଲେ। ଏହି ୩ ପ୍ରବାସୀ କ୍ୱାରେଣ୍ଟାଇନ ସେଣ୍ଟରେ ବିନା ପଞ୍ଜିକରଣରେ ଥିବା ଏବଂ ଏମାନଙ୍କ ସହ ସ୍ଥାନୀୟ ସରପଞ୍ଚ ଭୋଜିଭାତରେ ସାମିଲ ହୋଇଥିବା ଖବର ଜାଣିବା ପରେ ପରଦିନ ଅର୍ଥାତ ବୁଧବାର ବାଂଶପାଳ ବିଡିଓ ଏବଂ ତହସିଲଦାର ସମ୍ପୃକ୍ତ ସରପଞ୍ଚଙ୍କ ଘରେ ପହଞ୍ଚି ତାଙ୍କୁ ଅଁରାସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ସ୍ଥାନୀୟ ଅଞ୍ଚଳରେ ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି। ସମ୍ପୃକ୍ତ ସରପଞ୍ଚଙ୍କ ସ୍ୱାବ୍‍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବା ସହ ସେ ୨୧ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories