www.samajalive.in
Thursday, December 11, 2025
14.1 C
Bhubaneswar

ଇରାନ୍‌ରେ ୧୦,୦୦୦ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ

ତେହରାନ୍‌: କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସାରା ବିଶ୍ବରେ ଏହି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସ୍ବାସ୍ଥ୍ୟକର୍ମୀମାନେ କରେନା ଯୋଦ୍ଧା ଭାବେ ବିବେଚିତ ହେଉଛନ୍ତି। କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସ୍ବାସ୍ଥ୍ୟକର୍ମୀମାନେ ଦିନରାତି ପରିଶ୍ରମ କରୁଛନ୍ତି।

- Advertisement -

ତେବେ କରୋନା ଭୂତାଣୁ ସଂକ୍ରମଣରୁ ମଧ୍ୟ ସେମାନେ ତ୍ରାହି ପାଇନାହାନ୍ତି। ଇରାନ୍‌ରେ ସବୁଠାରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଇଏସ୍‌ଏନ୍‌ଏ ଏବଂ ଇରାନ୍‌ ଉପ ସ୍ବାସ୍ଥ୍ୟ ମନ୍ତ୍ରୀ କ୍ବାସିମ୍‌ ଜାନ୍‌ବାବାଇ ଇରାନ୍‌ରେ ୧୦,୦୦୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ କରେନା ଭୂତାଣୁ ସଂକ୍ରମିତ କରିଛି ବୋଲି କହିବା ସହିତ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଦୋକୁ ମନା କରି ଦେଇଛନ୍ତି। ଗତ ସପ୍ତାହରେ ଇରାନ୍‌ରେ ୮୦୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ଜଣଙ୍କ ମୃତ୍ୟୁ ହୋଇଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର କୈନସ୍‌ ଜାହାନ୍‌ପୌର୍‌ କହିଛନ୍ତି ଯେ ଇରାନ୍‌ରେ ୧୨୯,୩୪୧ଜଣଙ୍କ କୋଭିଡ୍‌-୧୯ ପରୀକ୍ଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦୦,୫୬୪ଜଣ ସୁସ୍ଥ ହୋଇଥିବାବେଳେ ୭,୨୪୯ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସେଥିମଧ୍ୟରୁ ୨,୩୯୪ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇରାନ୍‌ର ବିଭିନ୍ନ ଅଞ୍ଚଳରେ କରେନା ଆକ୍ରାନ୍ତ କୌଣସି ରୋଗୀଙ୍କ ଯେଭଳି ମୃତ୍ୟୁ ନ ହେବ ସେଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories