www.samajalive.in
Wednesday, December 10, 2025
14.1 C
Bhubaneswar

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଅଟୋ : ଡ୍ରାଇଭର ମୃତ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଭବାନିପାଟଣା ମୁଖ୍ୟ ରାସ୍ତାର କିଆପଦର ଛକ ନିକଟସ୍ଥ ଏକ ବୁଲାଣିରେ ବୁଧବାର ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡିବାରୁ ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ଭଳି ଦୁଃଖଦ ଘଟଣା ଘଟିଛି ।

ସୂଚନା ଅନୁଯାୟୀ,  ଭବାନିପାଟଣା ପୁରୁଣା ପଡାର ମଧୁ ମାଝୀ ନାମକ ଜଣେ ବ୍ୟକ୍ତି କୌଣସି କାମରେ ଅଟୋ ଯୋଗେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କିଆପଦର ଅଞ୍ଚଳକୁ ଯାଇଥିଲେ। ସେଠାରୁ ସେ ସନ୍ଧ୍ୟାରେ କିଆପଦର ଠାରୁ ଭବାନିପାଟଣା ଫେରିବା ବେଳେ କିଆପଦର ଛକ ଠାରୁ ଅଳ୍ପ ଦୂରରେ ଥିବା ଏକ ବୁଲାଣିରେ ହଠାତ୍‍ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଅଟୋଟି ରାସ୍ତାରେ ଓଲଟି ପଡି ରାସ୍ତାକଡରେ ପଡିଥିଲା। ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇଛି। ଡ୍ରାଇଭର ମଧୁ ମାଝୀ ବ୍ୟତିତ ଅନ୍ୟ କେହି ଥିଲେ କି ନାହିଁ ସେ ନେଇ ପୁଲିସ ପାଖରେ କୌଣସି ସୂଚନା ନଥିବା ବେଳେ ଗୁରୁବାର ସକାଳେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଗୁଣପୁର (କର୍ଲାପାଟ) ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ସୂଚନା ଦେଇଛନ୍ତି।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories