www.samajalive.in
Thursday, December 11, 2025
18.1 C
Bhubaneswar

ଅମ୍ପନ୍‌ ବାତ୍ୟା ମୁକାମିଲା ପାଇଁ ପ୍ରସ୍ତୁତି କରିଛୁ, ବେଶି ଅସୁବିଧା ହେବନି:ମୁଖ୍ୟଶାସନ ସଚିବ

ଭୁବନେଶ୍ବର: ଅମ୍ପନ ବାତ୍ୟା ସ୍ଥିତି ସମ୍ପର୍କରେ ଏସ୍‌ଆର୍‌ସିଙ୍କ କାର୍ୟ୍ୟାଳୟରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମୀକ୍ଷା କରିଛନ୍ତି। ଏହାସହିତ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ଆଲୋଚନା କରିଛନ୍ତି।

ଏସ୍‌ଆର୍‌ସି କାର୍ୟ୍ୟାଳୟରେ ସମୀକ୍ଷା ପରେ ବାତ୍ୟା ଅମ୍ପନ୍‌ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅମ୍ପନ ବାତ୍ୟା ମୁକାବିଲା ପାଇଁ ଏଥର ଆମେ ଭଲ ପ୍ରସ୍ତୁତି କରିଛୁ, ବେଶି ଅସୁବିଧା ହେବନାହିଁ। ଆଜି ସୁଦ୍ଧା ୧ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ସ୍ଥାନରେ ପୁନରୁଦ୍ଧାର ପାଇଁ ଟିମ୍‌ ଆଗୁଆ ପହଞ୍ଚି ସାରିଛନ୍ତି। ବିଶେଷ କରି ସାମ୍ଭାବ୍ୟ ବିଦ୍ୟୁତ୍‌ କ୍ଷତି ଓ ଏହାର ପୁନରୁଦ୍ଧାର ପାଇଁ ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ସ୍ଥାନକୁ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଓ ବିଦ୍ୟୁତ୍‌ ମରାମତି ଉପକରଣ ପଠା ସରିଛି। ଅଗ୍ନିଶମ, ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସାରିଛନ୍ତି। ବାତ୍ୟା ପରବର୍ତ୍ତି ଅବସ୍ଥା ନେଇ ମଧ୍ୟ ଆମେ ପ୍ରସ୍ତୁତ ରହିଛୁ ବୋଲି ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories