www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ମହାମାରୀ ପ୍ରତିହତ ପାଇଁ କାର୍ଯ୍ୟ କରିବ ଡବ୍ଲୁଏଚ୍‌ଓ

ଜିନେଭା: ସାରା ବିଶ୍ବରେ କରୋନା ଭୟ। କରୋନା ମହାମାରୀକୁ କିଭଳି ପ୍ରତିହତ କରିହେବ ଏବଂ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ସାଙ୍ଗକୁ ମୃତ୍ୟ ସଂଖ୍ୟା ହ୍ରାସ କରାଯାଇପାରିବ ସେଥିନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ପଦକ୍ଷେପ ନେବ। ଏପରିକି କରୋନା ମହାମାରୀ ଚିକିତ୍ସା ପରିଚାଳନା ନେଇ ସମୀକ୍ଷା ପରେ ଏଥିରେ ପାରଦର୍ଶିତା ଓ ଦାୟିତ୍ବବୋଧତା ଉପରେ କାର୍ଯ୍ୟ କରିବ ବୋଲି ଡବ୍ଲୁଏଚ୍‌ଓ ପକ୍ଷରୁ ସୂଚନା ଦିଆଯାଇଛି।

ଡବ୍ଲୁଏଚ୍‌ଓ ମହାନିର୍ଦେଶକ ଟି.ଏ.ଘେବ୍ରେୟେସସ୍‌ କହିଛନ୍ତି ଯେ କରୋନା ମହାମାରୀକୁ ଆମେ ଅନେକ କିଛି ଶିକ୍ଷାଲାଭ କରିଛି। ପ୍ରତ୍ୟେକ ଦେଶ ଓ ସଂସ୍ଥା ସେମାନଙ୍କ ଅଭିଜ୍ଞତାରୁ ଏହାକୁ କିଭଳି ମୁକାବିଲା କରାଯାଇପାରିବ ସେଥିନେଇ ପ୍ରସ୍ତୁତ ଯୋଜନାକୁ ସମୀକ୍ଷା କରାଯାଉଛି। କରୋନା ମହାମାରୀ ଚିକିତ୍ସାରେ ପାରଦର୍ଶିତା ଲାଭ ସାଙ୍ଗକୁ ଏଥିପାଇଁ ଦାୟିତ୍ବବୋଧତା ଓ ଏହାର ନିରନ୍ତର ବିକାଶ ପାଇଁ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟ କରିବ। ଏଭଳି ଏକ ଘଡ଼ିସନ୍ଧି ସମୟରେ ସମସ୍ତଙ୍କ ସହଯୋଗ ଓ ବିଶ୍ବସନୀୟତାର ଆବଶ୍ୟକତା ରହିଛି। କରୋନା ମହାମାରୀକୁ ପ୍ରତିହତ କରିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ସଫଳ ମୁକାବିଲା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ସାଙ୍ଗକୁ ତାହାର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ବିଭିନ୍ନ ଦେଶ ପକ୍ଷରୁ କରାଯାଇଥିବା ସେରୋଲୋଜିକାଲ୍‌ ଟେଷ୍ଟର ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛିରେ ମାତ୍ର ୨୦ ପ୍ରତିଶତ ଲୋକ କରେନା ଭୂତାଣୁ ରୋଗ ସଂସ୍ପର୍ଶରେ ଆସୁଛନ୍ତି। ତେବେ କେତେକ ଦେଶରେ ମାତ୍ର ୧୦ ପ୍ରତିଶତ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମିତ ହେଉଥିବା ଜଣାପଡ଼ିଛି ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦେଶକ କହିଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories