www.samajalive.in
Wednesday, December 10, 2025
26.1 C
Bhubaneswar

କୋଭିଡ୍-୧୯ ଆକ୍ରାନ୍ତ ଡାଇବେଟିକ୍ସ ରୋଗୀଙ୍କ ମୃତ୍ୟୁ ଆଶଙ୍କା ଅଧିକ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଆକ୍ରାନ୍ତ ଡାଇବେଟିକ୍‌ ରୋଗୀଙ୍କ ମୃତ୍ୟୁ ଆଶଙ୍କା ଅଧିକ ରହୁଛି। ଡାଇବେଟିକ୍ସ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ୫୦ ପ୍ରତିଶତରୁ ଅଧିକ ଡାଇବେଟିକ୍ସ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଡାଇବେଟିକ୍ସ ରୋଗୀଙ୍କ ରକ୍ତଶର୍କରା ନିୟନ୍ତ୍ରଣ, ଶାରୀରିକ ବ୍ୟାୟାମ ଅଭାବ ଓ ମାନସିକ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟୁଛି ବୋଲି ସେମାନେ କହିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଡାଇବେଟିକ୍ସ ରୋଗୀଙ୍କ ହାଇପର୍‌ଟେନ୍‌ସନ୍ କ୍ରୋନିକ୍‌ କିଡ୍‌ନି ଏବଂ ହାର୍ଟ ସଂକ୍ରାନ୍ତ ଆଦି ଲକ୍ଷଣ ଦେଖାଦେଇଥାଏ। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ଡାଇବେଟିକ୍ସ ରୋଗୀ ସେମାନଙ୍କ ଜୀବନଶୈଳୀ ଓ ଖାଦ୍ୟପାନୀୟରେ ଅନିୟମିତତା ଦେଖାଦେଇଥିଲା। ଫଳରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା ଓ ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ପାଇଥିଲା। ଏହାସହିତ ମାନସିକ ଅଶାନ୍ତି ଲାଗି ରହିବାରୁ ସେମାନଙ୍କ ଭିତରେ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳିଥିଲା। ତେଣୁ କରୋନା ଆକ୍ରାନ୍ତ ପୀଡ଼ିତ ଡାଇବେଟିକ୍ସ ରୋଗୀଙ୍କ ମଧ୍ୟରେ ବହୁ ସ୍ବାସ୍ଥ୍ୟସମସ୍ୟା ଦେଖିବାକୁ ମିଳିଛି ଏବଂ ସେମାନଙ୍କ ମେଟାବୋଲିକ୍‌ ନିୟନ୍ତ୍ରଣ ଭଲ ଭାବରେ କରାଯାଇପାରୁନାହିଁ। ସେହିପରି କୋଭିଡ୍-୧୯ ଆକ୍ରାନ୍ତ ସହିତ ହାଇପର୍‌ଟେନ୍‌ସନ୍, କାର୍ଡିଓଭାସ୍କୁଲାର ରୋଗ, କର୍କଟ ଓ କିଡ୍‌ନୀ ପୀଡ଼ିତଙ୍କ ମଧ୍ୟ ସଫଳ ଚିକିତ୍ସା କରାଯାଇପାରୁ ନାହିଁ ଏବଂ ଏସବୁ ରୋଗରେ ପୀଡ଼ିତ ୫୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ଆଶଙ୍କା ଦେଖାଦେଉଛି ବୋଲି ନୂଆଦିଲ୍ଲୀ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ୍‌ ସାଇନ୍ସ ଏଣ୍ଡୋକ୍ରାଇନୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ନିଖିଲ ଟଣ୍ଡନ୍‌ ପ୍ରକାଶ କରିଛନ୍ତି। ଏଭଳି ରୋଗୀଙ୍କ ପାଇଁ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ଓ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଆବଶ୍ୟକ ଔଷଧ ଦିଆଯିବା ଉଚିତ ବୋଲି ପ୍ରଫେସର ଟଣ୍ଡନ୍‌ କହିଛନ୍ତି। ଭାରତରେ ୭୭ ମିଲିୟନ୍‌ ଲୋକ ଡାଇବେଟିକ୍ସ ରୋଗରେ ପୀଡ଼ିତ ରହିଛନ୍ତି। କରୋନା ଆକ୍ରାନ୍ତ ଡାଇବେଟିକ୍ସ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ସାଙ୍ଗକୁ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories