www.samajalive.in
Wednesday, December 10, 2025
26.1 C
Bhubaneswar

ଆତ୍ମଜୀବନୀରେ ଅଭିନୟ ପାଇଁ କୋହଲିଙ୍କ ସର୍ତ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିିଙ୍କ ଜୀବନୀ ଉପରେ ବଲିଉଡ୍‍ ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା କରାଯାଉଛି। ଉକ୍ତ ଚଳଚ୍ଚିତ୍ରରେ ଖୋଦ୍‍ କୋହଲି ଅଭିନୟ କରିବାକୁ ରାଜି ଅଛନ୍ତି। ତେବେ ଏଥିପାଇଁ ସେ ଏକ ସର୍ତ୍ତ ରଖିଛନ୍ତି। ତାଙ୍କର ସର୍ତ୍ତ ହେଲା ଯେ ଉକ୍ତ ଚଳଚ୍ଚିତ୍ରରେ ତାଙ୍କ ପ୍ରେମିକା ଓ ପତ୍ନୀ ଭାବରେ ତାଙ୍କର ପ୍ରକୃତ ପତ୍ନୀ ତଥା ବଲିଉଡ୍‍ର ଆଗଧାଡ଼ିର ନାୟିକା ଅନୁଷ୍କା ଶର୍ମା ଅଭିନୟ କରିବେ।

ଭାରତୀୟ ଫୁଟ୍‍ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ସହ ନିକଟରେ ବିରାଟ କୋହଲି ଏକ ଆଲୋଚନାରେ ଭାଗ ନେଇଥିଲେ। ନିକଟରେ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଆଝାରୁଦ୍ଦିନ, ଧାବକ ମିଲ୍‍ଖା ସିଂହ, ବକ୍ସର ଏମ୍‍ସି ମ୍ୟାରୀ କମ୍‍, ମହିଳା ପହିଲ୍‍ମାନ ଗୀତା ଫୋଗତ, ହକି ଖେଳାଳି ସନ୍ଦୀପ ସିଂହଙ୍କ ପରି ନାମୀ ଖେଳାଳିଙ୍କ ଜୀବନୀ ଉପରେ ବଲିଉଡ୍‍ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ତାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ପ୍ରସଙ୍ଗରେ କୋହଲିଙ୍କୁ ପଚାରିବାରୁ ସେ କହିଥିଲେ, ଅନୁଷ୍କାଙ୍କ ସହ ନିଶ୍ଚିତ ଭାବେ ଏପରି ଚଳଚ୍ଚିତ୍ର ମୁଁ ନିଜେ ପ୍ରସ୍ତୁତ କରିବାକୁ ରାଜି। ମୋର ବ୍ୟକ୍ତିତ୍ୱ କଦାପି ଏପରି ନଥିଲା। ପ୍ରତିଟି ବ୍ୟକ୍ତିଙ୍କ ମଧ୍ୟରେ ଏକ ସ୍ନେହୀ ବ୍ୟକ୍ତିତ୍ୱ ରହିଥାଏ। ତେବେ ଅନ୍ୟ ଜଣେ ବ୍ୟକ୍ତି ସର୍ବଦା ତୁମଠାରୁ ଏପରି ଗୁଣ କାଢ଼ି ପାରିଥାଆନ୍ତି। ଅନୁଷ୍କାଙ୍କୁ ଭେଟିବା ପରେ ଅନୁଭବ କରିଥିଲି ଯେ ମୁଁ ହିଁ ସବୁକିଛି ନୁହେଁ। ଅନ୍ୟ କାହା ସହ ମିଶି ତାଙ୍କ ପରି ଜୀବନ ଜିଇଁବା ଉଚିତ। ଅନୁଷ୍କାଙ୍କୁ ଭେଟିବା ପୂର୍ବରୁ ମୁଁ ବହୁତ ସ୍ୱାର୍ଥପର ଥିଲି ଏବଂ ମୋତେ ସୁହାଇବା ପରି କାମ କରୁଥିଲି। ଅନୁଷ୍କାଙ୍କ ସହ ବହୁତ କଥାବାର୍ତ୍ତା କରିବା ପରେ ପରସ୍ପର ପ୍ରତି ସମ୍ମାନ ବଢ଼ିଥିଲା। ମୁଁ ଜାଣି ପାରିଥିଲି ଯେ ନିଜ ପାଇଁ ସବୁକିଛି କରିବା ଅପେକ୍ଷା ଅନ୍ୟମାନଙ୍କ ପାଇଁ ମଧ୍ୟ କିଛି କରିବା ଉଚିତ। ମୋ ଜୀବନକୁ ଆସିବା ପରେ ଅନୁଷ୍କା ମୋତେ ଏହା ଶିଖାଇଥିଲେ। ୨୦୧୭ରେ ଇଟାଲୀରେ ଏକ ଭବ୍ୟ ଉତ୍ସବରେ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ ବିରାଟ କୋହଲି। ପରେ ଦିଲ୍ଲୀ ଓ ମୁମ୍ବଇରେ ଦୁହେଁ ଭୋଜି ଦେଇଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories