www.samajalive.in
Wednesday, December 10, 2025
16.1 C
Bhubaneswar

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଓ ସଲାମ କାର୍ଯ୍ୟକ୍ରମ

ନବରଙ୍ଗପୁର  : ନବରଙ୍ଗପୁର ନାଗରିକ ମଞ୍ଚ ତରଫରୁ ସାମ୍ପ୍ରତିକ କରନା ମହାମାରୀ ସମୟରେ ନିଜ ସର୍ବସ୍ବ ତ୍ୟାଗ କରି ଜୀବନକୁ ବାଜି ଲଗାଇ କରୋନା ସହ ଲଢ଼ି କରୋନା ସଂକ୍ରମିତଙ୍କୁ ସୁସ୍ଥ କରାଉଥିବା ଡାକ୍ତର ନର୍ସ ଓ ସଫେଇ କର୍ମୀଙ୍କୁ ଧନ୍ୟବାଦ ଓ ସଲାମ କାର୍ଯ୍ୟକ୍ରମ  କରାଯାଇଛି।
ଏଥିରେ ନାଗରିକ ମଞ୍ଚର କର୍ମକର୍ତ୍ତା ମନେ ଜିଲ୍ଲା ଡାକ୍ତରଖାନା ସମ୍ମୁଖରେ ଉପସ୍ଥିତ ଥିବା ସମସ୍ତ ଡାକ୍ତର ନର୍ସ ଓ ସଫେଇ କର୍ମୀଙ୍କ ଦୀର୍ଘାୟୁ ତଥା ସେମାଙ୍କ ଉତ୍ତରତତ୍ତ୍ୱର ସଫଳତା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଦ ମନ୍ତ୍ରପାଠ ଦ୍ଵାରା କାମନା କରାଯାଇଥିଲା ।

ଏଥିରେ ପୂର୍ବତନ ବାଳ ଅପରାଧୀ କମିଟି ସଦସ୍ୟ ତଥା ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଅବନୀ କୁମାର ତ୍ରିପାଠୀ, ନବରଙ୍ଗପୁର ନାଗରିକ ମଞ୍ଚର କର୍ମ କର୍ତ୍ତା ରିତେଶ ପୂଜାରୀ, ସଂଜୀବ ନନ୍ଦ, ମଳୟ ଜେନା, ସି ଏଚ ଦୀପ୍ତି, ସି ଏଚ ରବି ରାଓ, ଅରୁଣ ପୂଜାରୀ, ସରୋଜ ବେହେରା, କୃଷ୍ଣ ବେହେରା, ଲଷ୍ମୀ ନାରାୟଣ ପାଇକ, ବିଶ୍ୱଜିତ ସେନା, ଡ଼ି କ୍ରିଷ୍ଣା, କିଶୋରୀ ପଟନାୟକ, ସୁନୀଲ ପୂଜାରୀ ପ୍ରମୁଖ ସମସ୍ତ କରନା ଯୋଦ୍ଧାଙ୍କୁ ପୁଷ୍ପ ବର୍ଷା ତଥା ମାଲ୍ୟାର୍ପଣ ଏବଂ ଉତରୀୟ ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories