www.samajalive.in
Saturday, December 13, 2025
21.1 C
Bhubaneswar

ପହଞ୍ଚୁ ନାହିଁ ସରକାରୀ ଯୋଜନା : ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟବ୍ୟାପୀ ପ୍ରତିବାଦ

ଭୁବନେଶ୍ୱର: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ପ୍ରପୀଡ଼ିତଙ୍କ ପାଇଁ ଯୋଜନା ଓ ପ୍ୟାକେଜ୍‌ ପ୍ରସ୍ତୁତ ହେଉଛି। କିନ୍ତୁ ସେହି ସରକାରୀ ଯୋଜନା ଉପଯୁକ୍ତ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। ଏହାର ପ୍ରତିବାଦରେ ଫର୍‌ୱାଡ୍‌ ବ୍ଲକ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଇଛି।
ଫର୍‌ୱାଡ୍‌ ବ୍ଲକ୍‌ର କର୍ମକର୍ତ୍ତା କହିଛନ୍ତି ଯେ କରୋନା ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରିବାରେ ଲାଗିଛି। ଓଡ଼ିଶା ସମେତ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷ୍ୟରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ବେଳେ ସେଗୁଡ଼ିକ ସାଧାରଣ ଜନତାଙ୍କ ପାଖରେ ପହଞ୍ଚୁ ଥିବା ଭଳି ଦୃଷ୍ଟି ଗୋଚର ହେଉନାହିଁ। କରୋନା ଲକ୍ଡ଼ାଉନ୍ କାରଣରୁ ସାଧାରଣ ଜନତା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ସେମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ବଞ୍ଚିବା ପାଇଁ ନିଜ ଭିଟାମାଟିକୁ ଫେରି ଆସିବାକୁ ସଂଗ୍ରାମ ଚଳାଉଛନ୍ତି ପ୍ରବାସୀ ଶ୍ରମଜୀବି ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଘୋଷଣା କରାଯାଉଥିବା ସୁବିଧା ସେହି ମଣିଷମାନଙ୍କ କଷ୍ଟକୁ ଲାଘବ କରାବାରରେ ସହାୟକ ହେଉନାହିଁ। ଲକ୍ଷ ଲକ୍ଷ ଶ୍ରମଜୀବି ଜନତା ପିଲାଛୁଆକୁ ଧରି ଚାଲି ଚାଲି ଭିଟାମାଟିକୁ ଫେରୁଥିବା ଘଟଣା ସର୍ବତ୍ର ବିଦ୍ୟମାନ। ଏଭଳି ପରିସ୍ଥିତିରେ ସେଇ ମଣିଷମାନଙ୍କ ମଧ୍ୟରୁ ଅନେକ ରାସ୍ତାରେ ପ୍ରାଣବଳି ଦେଇସାରିଲେଣି। ଭୋକ ବିକଳରେ ବହୁ ଦିନ କାଟିଲେଣି ଏବଂ ଆତ୍ମହତ୍ୟା କଲେଣି। ଏଭଳି ଘଟଣା ସାରାଦେଶରେ ବଳବତ୍ତର ଥିବାବେଳେ ଦେଶର ଶାସକ କେବଳ ଭାଷଣ ବାଜି କରି ସମୟ ଗଡ଼େଇ ଚାଲିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ନେତାଜୀ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈକିତ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍’ , ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସାରା ରାଜ୍ୟରେ ପ୍ରତିବାଦ ଦିବସ ପାଳନ କରିଛି। ପ୍ରତ୍ୟେକ ପରିବାରକୁ ୬ ମାସର ମାଗଣା ରାସନ ସାମଗ୍ରୀ ଯୋଗଇ ଦେବା, ଆୟକର ପରିସରଭୁକ୍ତ ନଥିବା ପ୍ରତ୍ୟେକ ପରିବାରକୁ ମାସିକ ୧୦୦୦୦ ଟଙ୍କା ତତ୍କାଳ ରିଲିଫ ଭାବରେ ପ୍ରଦାନ କରିବା, ପ୍ରବାସୀ ଶ୍ରମିକମାନଙ୍କ ଯାତାୟତ ପାଇଁ ଦେୟମୁକ୍ତ ବିଶେଷ ରେଳ ଚଳାଚଳର ବ୍ୟବସ୍ଥା କରିବା, କରୋନା ପରିସ୍ଥିତିର ମୁକାବିଲା ପାଇଁ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଶେଷ ବଜେଟର ବ୍ୟବସ୍ଥା କରିବା, ଅଧିକ ମାତ୍ରାରେ କରୋନା ପରିକ୍ଷଣର ବ୍ୟବସ୍ଥା କରିବା, ଛାତ୍ରଛାତ୍ରୀମାନଙ୍କ ସମସ୍ତ ଫିସ୍ ଛାଡ଼ କରିବା, ଯୁବକଯୁବତତୀମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରଦାନ କରାଯାଉଥିବା ପିଏମ୍‌ଇଜିପି ଓ ମୁଦ୍ରାଋଣ ସମ୍ପୂର୍ଣ୍ଣ ଛାଡ଼ କରିବା, କୃଷି ରଣ, ଜଳ କଳ ଓ ବୁଦ୍ୟୁତ ବିଲ୍ ଛାଡ଼ କରିବା, ଗ୍ରାମୀଣ ଓ କୃଷି ଅର୍ଥନୀତିର ବିକାଶ ସମେତ କ୍ଷୁତ୍ର ଶିଳ୍ପ ଓ କ୍ଷୁଦ୍ର ବ୍ୟବସାୟୀ, କଳାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା, ଦୂଗ୍ଧ ଚାଷୀଙ୍କ ପାଇଁ ପ୍ୟାକେଜର ବ୍ୟବସ୍ଥା କରିବା ସହ ମାଗଣାରେ ସେମାନଙ୍କୁ ଗୋଖାଦ୍ୟ ଯୋଗାଇଦେବା,ପ୍ରବାସୀ ଶ୍ରମିକ ଏବଂ ବେକାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତିର ବ୍ୟବସ୍ଥା କରିବା, ୧୨ ଘଣ୍ଟା ବଦଳରେ ୮ ଘଣ୍ଟିଆ ଶ୍ରମ ଦିବସକୁ ପୁନଃ କାର୍ୟ୍ୟକାରୀ କରିବା ଦାବୀରେ ଆଜି ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଫରୱାର୍ଡ଼ ବ୍ଲକ୍‌ର କର୍ମକର୍ତ୍ତା ପ୍ରତିବାଦ ଦିବସ ପାଳନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ କରୋନା ମୁକାବିଲା ନୀତିର ସମାଲୋଚାନା କରିବା ସହିତ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବାପାଇଁ ବିଭିନ୍ନ ଦାବୀ ଉପସ୍ଥାପନା କରିଛନ୍ତି। ସାମାଜିକ ଦୁରତ୍ୱକୁ ରକ୍ଷାକରି ପାର୍ଟିର କର୍ମକର୍ତ୍ତା ଭୁବନେଶ୍ୱରର ରାଜ୍ୟ କାର୍ୟ୍ୟଳୟ ସମୁଖରେ ପ୍ରତିବାଦ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଏଗାର ଦଫା ଦାବୀ ସମ୍ବଳୀତ ଏକ ଦାବି ପତ୍ରକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରି ଏଗୁଡ଼ିକୁ ତୁରନ୍ତ କାର୍ୟ୍ୟକାରୀ କରିବା ପାଇଁଁ ଦାବୀ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍’ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଯୁବନେତା ହରେକୃଷ୍ଣ ରାୟ, ନାରାୟଣ ଡ଼ାଳୁଆ, ବିଭୁତି ଭୁଷଣ ମହାପାତ୍ର, ଲକ୍ଷ୍ମୀକାନ୍ତ ମିଶ୍ର, ବିଜୟ ସାହୁ, ସୁନିଲ୍ କୁମାର ଜେନା, ସୋମନାଥ ପ୍ରଧାନ, ମହିଳାନେତ୍ରୀ ଦୀପ୍ତୀ ପରିଡ଼ା, ସାଗରିକା ସରକାର, ରଞ୍ଜୁବାଳା ସାହୁ, ଅନସ୍ୂୟା ଦାଶ , ଛାତ୍ରନେତା ଲକ୍ଷ୍ମଣ ଦାଶ ପ୍ରମୁଖ ନେତୃତ୍ୱ ନେଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories