www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶା ହାଇକୋର୍ଟରେ ଇ-ସେବା କେନ୍ଦ୍ର ଉଦଘାଟିତ

କଟକ :  ଓଡ଼ିଶା ହାଇକୋର୍ଟରେ ଇ-ସେବା କେନ୍ଦ୍ର ଶୁକ୍ରବାର ଉଦଘାଟିତ ହୋଇଯାିଇଛି । ହାଇକୋର୍ଟ ସହିତ କଟକ ଜିଲ୍ଲା ଜଜ୍ କଂପ୍ଲେକ୍ସରେ ଇ-‌ସେବା କେନ୍ଦ୍ରକୁ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସଞ୍ଜୁ ପଣ୍ଡା ଉଦଘାଟନ କରିଛନ୍ତି । ଏହି ଅବସରରେ ହାଇକୋର୍ଟର ଅନ୍ୟ ବିଚାରପତିଙ୍କ ସହିତ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସଂପାଦକ, ସଦସ୍ୟ, ହାଇକୋର୍ଟର ରେଜିଷ୍ଟ୍ରାର ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

PIc. Credit : samajalive.in

ସାମାଜିକ ଦୂରତ୍ବ ରକ୍ଷା କରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଏପରି ଇ-ସେବା କେନ୍ଦ୍ର ଦ୍ବାରା ଆଇନଜୀବୀ, ସାଧାରଣ ଲୋକଙ୍କୁ ଇ-କୋର୍ଟ ପ୍ରକଳ୍ପର ବିଭିନ୍ନ ସୁବିଧା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି । ଇ-କୋର୍ଟ ପ୍ରକଳ୍ପର ସେବା, ଯଥା ମାମଲାର ସ୍ଥିତି, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଦାଲତରେ ହାଜର ହୋଇ ମାମଲା ପରିଚାଳନାରେ ଅଂଶ ଗ୍ରହଣ କରିବା ବ୍ୟବସ୍ଥା, ମାମଲାରେ ପ୍ରଦାନ କରାଯାଉଥିବା ରାୟ ଓ ନି‌େର୍ଦ୍ଦଶର ଡିଜିଟାଲ କପି ପାଇବା ବ୍ୟବସ୍ଥା, ଜେଲର ଅନ୍ତେବାସୀଙ୍କ ସହିତ ଇ-ମୁଲାକାତ ବା ସାକ୍ଷାତକାର ପାଇଁ ବୁକିଂ ବ୍ୟବସ୍ଥା ଓ ସୁପ୍ରିମକୋର୍ଟ ଇ-କମିଟି ଅବଧାରଣ କରିଥିବା ବିଭିନ୍ନ ଆଇନ ସେବା ଏହି ଇ-ସେବା କେନ୍ଦ୍ର ଦ୍ବାରା ମିଳି ପାରିବ । ଭବିଷ୍ୟତରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ତାଲୁକାସ୍ତରରେ ଏଭଳି ଇ-ସେବା କେନ୍ଦ୍ର ଖୋଲା ଯିବ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories