www.samajalive.in
Monday, December 8, 2025
27.1 C
Bhubaneswar

ଆଇଏସଆଇଏସକୁ ଆର୍ଥିକ ସହାୟତା ଦେଇଥିବାରୁ ପାକିସ୍ତାନୀ-ଆମେରିକୀୟ ମହିଳାଙ୍କୁ ୧୩ ବର୍ଷ ଜେଲ ଦଣ୍ଡ

ସମାଜ ପୋର୍ଟାଲ ଡେସ୍କ: ଆତଙ୍କୀ ସଂଗଠନ ଆଇଏସଆଇଏସକୁ ପାଣ୍ଠି ଯୋଗାଇବା ଅଭିଯୋଗରେ ଜଣେ ପାକିସ୍ତାନୀ-ଆମେରିକୀୟ ମହିଳାଙ୍କୁ ଆମେରିକାର ଏକ କୋର୍ଟ ଦୋଷୀ ସାବ୍ୟସ୍ଥ କରିଛନ୍ତି। ୨୯ ବର୍ଷୀୟ ଜୁବିୟା ଶାହନାଜଙ୍କୁ ପାକିସ୍ତାନ, ଚୀନ୍ ଏବଂ ତୁର୍କୀରେ ଇସଲାମିକ୍ ଷ୍ଟେଟ୍ସର ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ଯୋଗାଇ ଥିବା ପ୍ରମାଣ ମିଳିବ ପରେ ଆମେରିକାର ଫେଡେରାଲ୍ କୋର୍ଟ ତାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୮ ନଭେମ୍ବରରେ ସେ ବିଦେଶୀ ସଙ୍ଗଠନକୁ ସହାୟତା କରୁଥିବା ପ୍ରମାଣ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେହି ସହାୟତା ମଧ୍ୟରେ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ଅଲ-ଶାମକୁ ପ୍ରାୟ ୧୫ ଲକ୍ଷ ଡଲାରରୁ ଅଧିକ ଅର୍ଥ ରାଶି ଦେବା ସହ ଆଇଏସଆଇଏସରେ ଯୋଗଦେବା ପାଇଁ ସେ ସିରିଆ ଯାତ୍ରା କରିବାକୁ ଉଦ୍ୟମ କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ।

୨୦୧୭ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ତାଙ୍କ ବିରୋଧରେ କୋର୍ଟରେ ଅନେକ ଥର ଶୁଣାଣି ହୋଇଥିଲା ଓ ସେ କେତେକ ଆର୍ଥିକ ପ୍ରତିଷ୍ଠାନରୁ ଋଣ କରି କିମ୍ବା ଠକେଇ କରି ୨୨ ହଜାର ୫୦୦ ଡଲାର ଋଣ ଆଣିଥିବା ସେଠାକାର କୋର୍ଟ କହିଛନ୍ତି। ସେ ଏକ ଡଜନରୁ ଅଧିକ କ୍ରେଡିଟ କାର୍ଡ ସାହାଯ୍ୟରେ ୬୨ ହଜାର ବିଟକଏନ୍ ଏବଂ ଅନ୍ୟ କ୍ରିପ୍ଟୋ କରେନ୍ସି କ୍ରୟ କରି ଠକେଇ କରିଥିଲେ। ପରେ ସେ ପାକିସ୍ଥାନ, ଚୀନ୍ ଏବଂ ତୁର୍କୀର ବ୍ୟକ୍ତିବିଶେଷ ତଥା ସଂସ୍ଥାକୁ ମୋଟ ୧୫ ଲକ୍ଷ ଡଲାରରୁ ଅଧିକ ଅର୍ଥ ରାଶି ସ୍ଥାନାନ୍ତର କରିଥିଲେ ଯେଉଁଠାରୁ ଆଇଏସ୍ ପାଇଁ ପାଣ୍ଠି ଯୋଗାଡ କରୁଥିଲା।

- Advertisement -

୨୦୧୭ ଜୁଲାଇ ୩୧ରେରେ, ନ୍ୟୁୟର୍କର କୁଇନ୍ସ ଜନ୍ ଏଫ୍ କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରେ ଶାହନାଜଙ୍କୁ ଗିରଫ କରାଯାଇଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories