www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ସହାୟତା : ପଶ୍ଚିମବଙ୍ଗ ଓ ବିହାର ଗଲେ ୨୪ ଶ୍ରମିକ

ପିପିଲି : ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ୨୪ଜଣ ଶ୍ରମିକ ଏକ ସ୍ୱତନ୍ତ୍ର ବସ୍‍ ଯୋଗେ ପିପିଲି ଥାନା ପରିସରରୁ ଶୁକ୍ରବାର ନିଜ ରାଜ୍ୟକୁ ଫେରିଛନ୍ତି । ପୁରୀ ଜିଲାପାଳ ବଲୱନ୍ତ ସିଂ, ଏସ୍‍ପି ଡଃ. ଉମାଶଙ୍କର ଦାଶ ଓ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଏହି ଶ୍ରମିକ ମାନେ ମାଗଣାରେ ବସ୍‍ ଯୋଗେ ନିଜ ଭିଟାମାଟିକୁ ଫେରିବାରେ ସକ୍ଷମ ହୋଇଛନ୍ତି ।
ସୂଚନା ଅନୁଯାଇ, ଗୁରୁବାର ପୂର୍ବାହ୍ନରେ ଏହି ଶ୍ରମିକମାନେ ଜାତୀୟ ରାଜପଥରେ ଭୁବନେଶ୍ୱର ଅଭିମୁଖେ ଚାଲିଚାଲି ଯାଉଥିବାବେଳେ କୌଶଲ୍ୟାଗଙ୍ଗ ଠାରେ ଜିଲା ପ୍ରବେଶ ପଥରେ ପୁଲିସ୍‍ ପକ୍ଷରୁ ନିର୍ମାଣ କରାଯାଇଥିବା ଚେକପୋଷ୍ଟ ଠାରେ ପୁଲିସ୍‍ର ନଜରକୁ ଆସିଥିଲେ । ପିପିଲି ଆଇଆଇସି ଶରତ କୁମାର ସାହୁ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରି ପିପିଲି ଥାନାର ବାରାକରେ ବିଶ୍ରାମ ନେବାର ବ୍ୟବସ୍ଥା କରିଥିଲେ । ସେଠାରେ ସେମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏ ସଂପର୍କରେ ଆଇଆଇସି ଶ୍ରୀସାହୁ ଜିଲା ପ୍ରଶାସନକୁ ଅବଗତ କରାଇବା ପରେ ଉକ୍ତ ଶ୍ରମିକ ମାନଙ୍କୁ ସେମାନଙ୍କ ରାଜ୍ୟକୁ ସୁବିଧାରେ ଯିବା ଦିଗରେ ଜିଲାପାଳ ବଲୱନ୍ତ ସିଂ ଓ ଏସ୍‍ପି ଡଃ. ଉମାଶଙ୍କର ଦାଶ ତତ୍ପରତା ଦେଖାଇଥିଲେ । ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ବସ୍‍ ଯୋଗାଇ ଦିଆଯାଇଥିଲା ।

samajalive.in

ଆଜି ଏହି ଶ୍ରମିକ ମାନେ ବସରେ ବସିଥିଲେ । ବସରେ ବସିବା ସମୟରେ କେତେକ ଶ୍ରମିକ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିବା ପରିଲକ୍ଷିତ ହୋଇଥିଲା । ଦୀର୍ଘ ଦିନ ପରେ ପ୍ରଶାସନର ଉଦ୍ୟମରେ ସେମାନେ ନିଜ ଘରକୁ ମାଗଣାରେ ବସରେ ସୁବିଧାରେ ଫେରିବାର ସୁଯୋଗ ପାଇଥିବାରୁ ଏଥିପାଇଁ ଜିଲାପାଳ, ଏସ୍‍ପି ଓ ପିପିଲି ପୁଲିସକୁ କୃତଜ୍ଞତା ଜଣାଇଥିଲେ । ଆମେ ନିଜ ରାଜ୍ୟରେ ଓଡିଶା ସରକାରଙ୍କ ଏହି ମହାନ ସେବା ବିଷୟରେ ନିଶ୍ଚୟ କହିବୁ ବୋଲି ଶ୍ରମିକ ମାନେ କହିବା ସହ ଓଡିଶା ସରକାରଙ୍କ ଜୟ ଜୟ କାର କରିଥିଲେ । ଯିବା ବେଳେ ଶ୍ରମିକ ମାନଙ୍କୁ ଆଇଆଇସି ଶ୍ରୀ ସାହୁ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ପ୍ରଦାନ କରିଥିଲେ । ଏହି ଶ୍ରମିକଙ୍କ ମଧ୍ୟରେ ବିହାର ଔରଙ୍ଗାବାଦ ଅଞ୍ଚଳର ଜଣେ ମହିଳାଙ୍କ ସମେତ ୭ଜଣ ପୁରୁଷ ଓ ପଶ୍ଚିମବଙ୍ଗ ମୁର୍ଶିଦାବାଦର ୧୭ଜଣ ପୁରୁଷ ଅଛନ୍ତି । ପିପିଲି ପୁଲିସ ନିଜ ଉଦ୍ୟମରେ ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ଆଣି ଥାନାରେ ରଖି ଜଳଖିଆ ଓ ଭୋଜନର ବ୍ୟବସ୍ଥା କରିବା ସହ ସେମାନଙ୍କୁ ବସ୍‍ ଯୋଗେ ନିଜ ଭିଟାମାଟିକୁ ଫେରିବାର ବ୍ୟବସ୍ଥା କରିବା ଘଟଣାରେ ସାଧାରଣରେ ପୁଲିସକୁ ଉଚ୍ଚ ପ୍ରଶଂସା କରାଯାଇଛି । ମହାମାରୀ କରୋନା ସାଙ୍ଗକୁ ଦେଶବ୍ୟାପୀ ଲକ୍‍ଡାଉନ୍‍ ସମୟରେ ପିପିଲି ପୁଲିସ ନିଜର ମଣିଷପଣିଆ ଓ ସମୟୋଚିତ ପଦକ୍ଷେପ ସାଙ୍ଗକୁ କର୍ତ୍ତବ୍ୟର ନମୂନା ଦେଖାଇଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories