www.samajalive.in
Sunday, December 14, 2025
23.1 C
Bhubaneswar

ଭାରତରେ କରୋନା: ୮୧ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୧୦୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮୧ ହଜାର ଅତିକ୍ରମ କରିଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ଦେଶରେ ୮୧ ହଜାର ୯୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ମୃତ୍ୟୁ ସଂଖ୍ୟା ୨୬୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୨୭ ହଜାର ୯୨୦ ଜଣ ସୁସ୍ଥ ହୋଇଥିବାବେଳେ ୫୧ ହଜାର ୪୦୧ ଜଣ  ଚିକିତ୍ସାଧୀନ ରହିଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୨୭ ହଜାର ୫୨୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୧୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଗୁଜରାଟରେ ୯୫୯୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୮୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଦିଲ୍ଲୀରେ ୮୪୭୦ ଆକ୍ରାନ୍ତ ଓ ୧୧୫ ମୃତ, ତାମିଲନାଡୁରେ ୯୬୭୪ ଆକ୍ରାନ୍ତ ଓ ୬୬ ମୃତ, ରାଜସ୍ଥାନରେ ୪୫୩୪ ଆକ୍ରାନ୍ତ ଓ ୧୨୫ ମୃତ, ମଧ୍ୟପ୍ରଦେଶରେ ୪୪୨୬ ଆକ୍ରାନ୍ତ ଓ ୨୩୭ ମୃତ, ଉତ୍ତରପ୍ରଦେଶରେ ୩୯୦୨ ଆକ୍ରାନ୍ତ ଓ ୮୮ ମୃତ, ଆନ୍ଧ୍ରପ୍ରଦେଶରେ ୨୨୦୫ ଆକ୍ରାନ୍ତ ଓ ୪୮ ମୃତ, ପଞ୍ଜାବରେ ୧୯୩୫ ଆକ୍ରାନ୍ତ ଓ ୩୨ ମୃତ, ପଶ୍ଚିମବଙ୍ଗରେ ୨୩୭୭ ଆକ୍ରାନ୍ତ ଓ ୨୧୫ ମୃତ, ତେଲେଙ୍ଗାନାରେ ୧୪୧୪ ଆକ୍ରାନ୍ତ ଏବଂ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବିହାରରେ ୯୯୯ ଆକ୍ରାନ୍ତ ଓ ୭ ମୃତ, କର୍ଣ୍ଣାଟକରେ ୯୮୭ ଆକ୍ରାନ୍ତ ଓ ୩୫ ମୃତ, ଜାମ୍ମୁ-କାଶ୍ମୀରରେ ୯୮୩ ସଂକ୍ରମିତ ଓ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories