www.samajalive.in
Friday, December 12, 2025
26.1 C
Bhubaneswar

କରୋନା ମୁକାବିଲା ନାଁରେ ଚୀନ୍‌କୁ ଘେରିବା ଉଦ୍ୟମ : ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଙ୍କ ସହ ଯୋଜନା ଚଳାଇଛି ଭାରତ

ନୂଆଦିଲ୍ଲୀ : ବିଶ୍ବରେ କରୋନା ସଂକ୍ରମଣ ଗୁରୁବାର ଅତି ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ସଂକ୍ରମଣ ସଂଖ୍ୟା ୪୪ଲକ୍ଷ ପାଖାପାଖି ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୫ହଜାର ଛୁଇଁଛି। ଭାରତରେ ମଧ୍ୟ ସ୍ଥିତି ଚିନ୍ତାଜନକ ହୋଇଛି। ଏଭଳି ପରିସ୍ଥିତିରେ କରୋନା ମୁକାବିଲା ଯୋଜନା ମାଧ୍ୟମରେ ଭାରତ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଗୁଡ଼ିକ ସହିତ ସମ୍ପର୍କ ଦୃଢ଼ କରିବାରେ ଲାଗିଛି। ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଜାପାନ, ନ୍ୟୁଜିଳାଣ୍ଡ, ଭିଏତନାମ ଭଳି ରାଷ୍ଟ୍ର ସହିତ ମାର୍ଚ୍ଚ ୨୦ ପରଠାରୁ ଭାରତ ନିୟମିତ ଆଲୋଚନା ଜାରି ରଖିଥିବାବେଳେ ଦ୍ବିପାକ୍ଷିକ ସମ୍ପର୍କକୁ ଯୋଜନାବଦ୍ଧ ଭାବେ ଅଧିକ ସୁଦୃଢ଼ କରିବା ଉଦ୍ୟମ ଚଳାଇଛି। ଏସବୁର ମୂଳ ଉଦ୍ଦେଶ୍ୟ ଚୀନ୍‌ର ମୁକାବିଲା କରିବା ଓ ଏହାକୁ ବିଶ୍ବରେ ଏକଘରକିଆ କରିବା ବୋଲି ସୂଚନା ମିଳିଛି। ଚୀନ୍‌ ଯୋଜନାବଦ୍ଧ ଭାବେ କରୋନା ସଂକ୍ରମଣକୁ ଲୁଚାଇଥିବା ଓ ସାରା ବିଶ୍ବକୁ ବିଭ୍ରାନ୍ତ କରିଥିବା ଯୋଗୁଁ ଏହା ବିରୋଧରେ ବିଶ୍ବ ସମୁଦାୟ ଏବେ ବିଷୋଦ୍‌ଗାର କରୁଛନ୍ତି।
କେବଳ କରୋନା ମୁକାବିଲା ନୁହେଁ; ବରଂ ପାରସ୍ପରିକ ସୁରକ୍ଷା ପ୍ରସଙ୍ଗ ସହିତ ଆନ୍ତର୍ଜାତିକ ପ୍ରତିଷ୍ଠାନରେ ନିଜର ସ୍ଥିତି ଜାହିର ପାଇଁ ଭାରତ ପ୍ରୟାସ ଚଳାଇଛି। ଆମେରିକାର ଡେପୁଟି ସେକ୍ରେଟାରୀ ଅଫ ଷ୍ଟେଟ୍‌ ଷ୍ଟିଭେନ୍‌ ବିଗନ୍‌ଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଂଲା ନିୟମିତ ଆଗେଇ ନେଉଥିବା ସୂଚନା ମିଳିଛି। ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ସହିତ ନିୟମିତ କରୋନାର ପ୍ରଭାବ ଓ ଏହାର ମୁକାବିଲା ସମ୍ପର୍କରେ ଭାବର ଆଦାନପ୍ରଦାନ କରାଯାଉଛି। ଅର୍ଥନୀତି, ବାଣିଜ୍ୟ, ଚିକିତ୍ସା, ଟିକା ପ୍ରସ୍ତୁତି ଆଦି ସମ୍ପର୍କରେ ପାରସ୍ପରିକ ଯୋଜନାର ଆଦାନପ୍ରଦାନ ହେଉଛି। ଏହା ପଛରେ ଭାରତ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ବିକାଶର ନୂଆ ସେତୂ ବାନ୍ଧିବା ପ୍ରୟାସ ଚାଲିଛି ବୋଲି ସ୍ବୀକାର କରିଛନ୍ତି ସିଂଲା। ନିକଟରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କ ଆମେରିକୀୟ ପ୍ରତିପକ୍ଷ ମାଇକ ପମ୍ପିଓଙ୍କ ସହିତ ଆଲୋଚନା କରିଥିଲେ। ଏତଦ୍‌ବ୍ୟତୀତ ଇସ୍ରାଏଲ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ନ୍ୟୁଜଚିଲାଣ୍ଡ, ଭିଏତନାମ ବୈଦେଶିକ ମନ୍ତ୍ରୀମାନଙ୍କ ସହ ମଧ୍ୟ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories