www.samajalive.in
Thursday, December 11, 2025
13.1 C
Bhubaneswar

ଗୃହପାଳିତ ପଶୁଙ୍କୁ ଘରୁ ତଡିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ, ଲୋକମାନେ ବିଭିନ୍ନ ଗୁଜବ ବିଷୟରେ ଶୁଣିବା ମାତ୍ରେ ଭୟଭୀତ ହୋଇପଡ଼ୁଥିବା ଦେଖାଯାଇଛି। ତେବେ ଗୃହପାଳିତ ପଶୁଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା କରୋନା ଭୂତାଣୁ ସଂକ୍ରମଣ ହୋଇପାରେ ବୋଲି ଗୁଜବ ପ୍ରଚାର ହେଉଛି। ତେଣୁ ଅନେକ ଲୋକ ଭୟଭିତ ହୋଇ ଗୃହପାଳିତ ପଶୁମାନଙ୍କୁ ଘରୁ ବିତାଡ଼ି କରୁଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ ଆସାମ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସାମରେ, ଯଦି କେହି କରୋନା ଭୂତାଣୁ ଭୟରେ ଗୃହପାଳିତ ପଶୁମାନଙ୍କୁ ଘରୁ ବିତାଡ଼ିତ କରନ୍ତି, ତେବେ ସେମାନେ ଆଇନଗତ କାର୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି ବୋଲି ଆସାମ ସରକାର ରୋକଠୋକ୍ କହିଛନ୍ତି।
ଆସାମ ପୁଲିସ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଜାରି କରିଛି ଯେ, କରୋନା ଭୂତାଣୁ ଭୟରେ ନିଜ ଗୃହପାଳିତ ପଶୁ ଛାଡିଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଆସାମରେ ଅନେକ ଦୋକାନୀ ଗୃହପାଳିତ ପଶୁମାନଙ୍କୁ ନିଜ ଦୋକାନରେ ରଖିଛନ୍ତି।
ଗୃହପାଳିତ ପଶୁଙ୍କ ବିତାଡ଼ିତ ସମ୍ପର୍କରେ ଆସାମ ରାଜ୍ୟ ପୋଲିସ ମୁଖ୍ୟାଳୟ ଗୁଆହାଟି ସହରର ପୁଲିସ କମିଶନର ତଥା ସମସ୍ତ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି ଏବଂ ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ଭାରତ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories