www.samajalive.in
Tuesday, December 9, 2025
16.1 C
Bhubaneswar

ହୀରାକୁଦ ବୈଷୟିକ ତାଲିମ କେନ୍ଦ୍ରରେ ପ୍ରସ୍ତୁତ ହେଲା କରୋନା ଲଢେଇ ସାମଗ୍ରୀ

ହୀରାକୁଦ : ସମାଜ ଗଠନ ତଥା ସାମାଜିକ ଉନ୍ନତି ଦିଗରେ ଯଦି ଶିକ୍ଷାର କିଛି ବି ଭୂମିକା ନ ରହେ, ତେବେ ସେ ଶିକ୍ଷା ମୂଲ୍ୟହୀନ ବୋଲି ଅତୀତରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ମନ୍ତବ୍ୟ ଦେଇଥିଲେ ଏବଂ ତାଙ୍କ ପ୍ରତିଷ୍ଠିତ ସେଇ ବିଦ୍ୟାଳୟରେ ଜଣେ କିଭଳି ସ୍ୱାବଲମ୍ବୀ ହେବା ସହ ସମାଜ ଗଠନରେ ସାମିଲ ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ଉପରୋକ୍ତ ମନ୍ତବ୍ୟକୁ ସଠିକ୍‍ ଭାବରେ ପ୍ରତିପାଦନ କରିବାକୁ ଆଜି ଆଇଟିଆଇ ହୀରାକୁଦ ପ୍ରତିଟି କ୍ଷେତ୍ରରେ ଆଗଭର। ସମଗ୍ର ବିଶ୍ୱ ଯେତେବେଳେ କରୋନା ଭଳି ମାହାମାରୀ ରୋଗ ପାଇଁ ଆତଙ୍କିତ, ଏମିତି ଏକ ପରିସ୍ଥିତିରେ ଆଇଟିଆଇ ହୀରାକୁଦ କରୋନା ଲଢେଇର ସମ୍ମୁଖ ଯୋଦ୍ଧା ତଥା ଡାକ୍ତର, ନର୍ସ, ପୋଲିସ୍‍ କର୍ମଚାରୀମାନଙ୍କ ପାଇଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରି ପ୍ରତ୍ୟକ୍ଷରେ  ନ ହେଲେ ମଧ୍ୟ ଏଇ ଲଢେଇରେ ନିଜକୁ ସାମିଲ୍‍ କରିଛି ଏବଂ ସମାଜ ଗଠନରେ ନିଜର ଭୂମିକାକୁ ଉତମ ରୂପେ ନିର୍ବାହ କରିଛି। ଲକ୍‍ ଡାଉନ୍‍ ହେବାର ପାଖାପାଖି ଦି ମାସ ହବ। ଆଇଟିଆଇରେ କୌଣସି ଛାତ୍ରଛାତ୍ରୀ ଆସୁନାହାନ୍ତି। ଆଇଟିଆଇ ଅଧ୍ୟକ୍ଷ ଇଂ ଧନଂଜୟ ଖୁରାଙ୍କ ନେତୃତ୍ୱରେ ସମୟର ସଦୁପଯୋଗ କରିବା ପାଇଁ ଆଗଭର ହେଲେ କିଛି ତାଲିମଦାତା। କୌଣସି ଛାତ୍ର ତଥା ଶ୍ରମିକର ବିନା ସହଯୋଗରେ ତିଆରି କଲେ ଫେସ୍‍ ସିଲ୍‍ଡ, ଯାହାଦ୍ବାରା ସମ୍ପୂର୍ଣ୍ଣ ଭାବେ ସମଗ୍ର ମୁହଁକୁ ଘୋଡାଇ ରଖିହବ। ସେହିପରି ହାତ ଧୋଇଲା ବେଳେ ହ୍ୟାଣ୍ଡୱାଶକୁ ହାତରେ ଧରିକି ବ୍ୟବହାର କଲେ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ଥିବାରୁ ପାଦରେ ଚାପ ପକେଇ ହାତ ଧୋଇବାର ବ୍ୟବସ୍ଥା ପ୍ରସ୍ତୁତ କରିବା ସହିତ ପେଡାଲ ଅପରେଟେଡ୍‍ ସାନିଟାଇଜର ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏ ସମସ୍ତ କାର୍ଯ୍ୟରେ ଅନୁଷ୍ଠାନର ସତ୍ୟବାନ ବିଶ୍ୱାଳ, ସ୍ୱାଗତ ନନ୍ଦ, ଜନାର୍ଦନ ମହନ୍ତ, ଆଦିତ୍ୟ ମୋହନ ଦାସ, ପ୍ରେମା ଓରାମ, ଅରୁଣ କୁମାର ଶତପଥି ପ୍ରମୁଖ ସାମିଲ ହେଇଥିଲେ।

ଉଲ୍ଲେଖ ଯୋଗ୍ୟ, ଅନୁଷ୍ଠାନର ତାଲିମ ଅଧିକାରୀଙ୍କ ଉପରୋକ୍ତ ପ୍ରୟାସରେ ଅନୁପ୍ରାଣିତ ହୋଇ ଏକ ଛାତ୍ର ସେନ୍ସର ଅପରେଟେଡ ଫୁଲ୍‍ ବଡି ସାନିଟାଇଜିଙ୍ଗ ସିଷ୍ଟମ ପ୍ରସ୍ତୁତ କରିଛନ୍ତି। ଯାହା କି, ଜଣେ ବ୍ୟକ୍ତି ଉକ୍ତ ଯନ୍ତ୍ର ପାଖକୁ ଗଲେ ସ୍ୱୟଂଞ୍ଚାଳିତ ଭାବେ ସମ୍ପୂର୍ଣ୍ଣ ଶରୀରକୁ ସାନିଟାଇଜ୍‍ କରିହେବ। ଆଇଟିଆଇ ପ୍ରସ୍ତୁତ ସମସ୍ତ ସାମଗ୍ରୀକୁ ସ୍ଥାନୀୟ ଏସଡିପିଓ ଶିଶୁରଞ୍ଜନ ମହାପାତ୍ର ଉଦ୍‍ଘାଟନ କରିଥିଲେ। ନିକଟସ୍ଥ ହୀରାକୁଦ ଥାନାର ଥାନାଧିକାରୀ ଅମରେନ୍ଦ୍ର ଷଣ୍ଢ ଏବଂ ଆଇଟିଆଇ ଅଧ୍ୟକ୍ଷ ଇଂ ଧନଂଜୟ ଖୁରା, ପ୍ରସ୍ତୁତକାରୀ ସମସ୍ତ ତାଲିମ ଅଧିକାରୀଙ୍କ ସମେତ ସୁବାସ ଓରାମ ଏବଂ ବିଜୟ କୁମାର ମିଶ୍ରଙ୍କ ଉପସ୍ଥିତିରେ ପୋଲିସ୍‍ କର୍ମଚାରୀଙ୍କୁ ବଂଟନ କରାଯାଇଥିଲା। ସମସ୍ତ ପୋଲିସ୍‍ କର୍ମଚାରୀ ସନ୍ତୋଷ ଏବଂ ଖୁସି ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ହସପିଟାଲ କର୍ମଚାରୀ, ଟ୍ରାଫିକ ପୋଲିସ୍‍, ସମ୍ବଲପୁର ଜିଲ୍ଲା ପୋଲିସ୍‍ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ପରିବା ବିକାଳିମାନଙ୍କୁ ବଂଟନ କରାଯିବ ବୋଲି ଅଧ୍ୟକ୍ଷ ଇଂ ଖୁରା ସୂଚନା ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories