www.samajalive.in
Monday, December 8, 2025
17.1 C
Bhubaneswar

ରବୀନା ମୋ ପାଇଁ ଭଗବାନ : ଫ୍ୟାନ୍‍

ମୁମ୍ବଇ: ସାଧାରଣତଃ ବଲିଉଡ଼ କଳାକାରମାନଙ୍କର ବହୁ ସଂଖ୍ୟକ ପ୍ରଶଂସକ ବା ଫ୍ୟାନ୍‍ ଥାଆନ୍ତି। ସେମାନଙ୍କ ମଧ୍ୟରୁ କିଛି ଫ୍ୟାନ୍‍ ଏମିତି ଥାଆନ୍ତି ଯେଉଁମାନଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ସେମାନେ ନିଜ ପ୍ରିୟ ସେଲିବ୍ରିଟିଙ୍କ ପାଇଁ କିଛି ବି କରିପାରନ୍ତି। ଏମିତି ହିଁ ଜଣେ ଫ୍ୟାନ୍‍ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କର ଅଛନ୍ତି । ଏହି ଫ୍ୟାନଙ୍କ ପାଗଳାମି ବିଷୟରେ ଜାଣିଲେ ଆପଣ ମଧ୍ୟ ବିସ୍ମିତ ହୋଇଯିବେ। ଏହି ଫ୍ୟାନଙ୍କ ଭିଡିଓ ରବୀନା ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ଫ୍ୟାନଜଣକ ରବୀନାଙ୍କୁ ଭଗବାନ ଭାବେ ପୂଜା କରନ୍ତି । ଶେୟାର କରିଥିବା ପ୍ରଥମ ଭିଡିଓରେ ରବୀନା ପ୍ରଶଂସକଙ୍କ ଭିଡରେ ଠିଆ ହୋଇ ସେମାନଙ୍କ ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ସେହିପରି ଦ୍ୱିତୀୟ ଭିଡିଓରେ ତାଙ୍କର ଜଣେ ଫ୍ୟାନ ନିଜ ଶରୀରରେ ଲେଖିଛନ୍ତି, ‘ରବୀନା ହେଉଛନ୍ତି ମୋ ଭଗବାନ’। କେବଳ ସେତିକି ନୁହେଁ ଏହି ଫ୍ୟାନ ଜଣକ ତାଙ୍କୁ ଦେଖା କରିବା ପାଇଁ ମୁଣ୍ଡଫଟା ଖରାରେ ଦିନ ଦିନ ଧରି ଅପେକ୍ଷା କରିବାକୁ ମଧ୍ୟ ପଛେଇ ନାହାନ୍ତି। ଏହି ଭିଡିଓରେ ରବୀନାଙ୍କ ବଡିଗାର୍ଡ଼ କହୁଛନ୍ତି ଯେ, ଏହି ଫ୍ୟାନ୍‍ ଜଣକ ଦୁଇ ଦିନ ଧରି ମୁଣ୍ଡଫଟା ଖରାରେ ରବୀନାଙ୍କୁ ଅପେକ୍ଷା କରିଥିଲେ। ସେ ତାଙ୍କ ଶରୀରରେ ‘ରବୀନା ମୋ ଭଗବାନ’ ବୋଲି ଲେଖିଛନ୍ତି। ଭିଡିଓ ଶେୟାର କରି ରବୀନା ଲେଖିଛନ୍ତି, “ଏହା ଆମକୁ ଉଲ୍ଲସିତ କରିଥାଏ। ଏହା ବିଗତ ଦିନର କିଛି ଫଟୋ। ପ୍ରଶଂସକ ଜଣକ ଖରାରେ ମୋତେ ଅପେକ୍ଷା କରିଥିଲେ, ବହୁମୂଲ୍ୟ ଗୋଲାପ ଫୁଲ ସହିତ। ତାଙ୍କୁ ବିଶ୍ୱାସ ହେଲାନାହିଁ ଯେ ମୁଁ ତାଙ୍କୁ ଭେଟିବାକୁ ରାଜି ହୋଇଗଲି। ଏହା ହେଉଛି ଭଲପାଇବା ଓ ନିରିହପଣ। ଆମେ ନିଶ୍ଚିତ ରୂପେ ସେହି ଦିନଗୁଡ଼ିକୁ ମନେ ରଖିବୁ, ଯେତେବେଳେ ସାମାଜିକ ଦୂରତ୍ୱ ଏକ ଅଜଣା ଶବ୍ଦ ଥିଲା।

- Advertisement -

https://www.instagram.com/p/CAGdB75Hrw7/?utm_source=ig_web_copy_link

ଏହା ସହ ନିଜ ପ୍ରିୟ ଫ୍ୟାନ୍ସଙ୍କ ସହ ଆଗକୁ ନିଶ୍ଚିତ ରୂପେ ଗଭୀର ସମ୍ବନ୍ଧ ରଖିବେ ବୋଲି ସେ କହିଛନ୍ତି। ରବୀନାଙ୍କ ପ୍ରସଂଶକମାନେ ଏହି ଭିଡିଓକୁ ଖୁବ୍‍ ପସନ୍ଦ କରିଛନ୍ତି ଓ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories