www.samajalive.in
Monday, December 8, 2025
24.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରରେ ପୁତ୍ର ସନ୍ତାନ ଜନ୍ମ ଦେଲେ ପ୍ରବାସୀ ମହିଳା; ମା-ଛୁଆ ସୁସ୍ଥ

ବ୍ରହ୍ମପୁର: ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକ ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ମହିଳା ଏକ ପୁଅକୁ ଜନ୍ମ ଦେଇଛନ୍ତି । ପ୍ରସବ ସ୍ବାଭାବିକ ହୋଇଛି ଏବଂ ମା-ଛୁଆ ସୁସ୍ଥ ଅଛନ୍ତି । ନବଜାତ ଶିଶୁ ଓ ପ୍ରସୂତୀଙ୍କୁ ସ୍ବାସ୍ଥ୍ୟର ଯତ୍ନ ନେବା ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଅଣା ଯାଇଛି ।

ସୂଚନା ଅନୁସାରେ ସ୍ବାମୀଙ୍କ ସହ ସୁରତରୁ ଫେରିଥିବା ବଡ଼ଗୁଡ଼ିଆଳି ଗ୍ରାମର ସନ୍ତୋଷିନୀ ପ୍ରଧାନ ଓ  ତାଙ୍କର ଦୁଇ ଝିଅ ବେଗୁନିଆପଡ଼ା ବ୍ଲକର ମର୍ଦକୋଟ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।  ସନ୍ତୋଷିନୀ ଗର୍ଭବତୀ ଥିଲେ ଓ ଆଜି ସକାଳେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଏ ସମ୍ପର୍କରେ ସେ ନିଜ ପରିବାରକୁ ସୂଚନା ଦେଇଥିଲେ ଓ ଖବର ପାଇ ତାଙ୍କ ମା’ ସଙ୍ଗରୋଧ କେନ୍ଦ୍ର ନିକଟରେ ପହଞ୍ଚିଥିଲେ । ମାତ୍ର ସଙ୍ଗରୋଧ କେନ୍ଦ୍ର ପରିସରକୁ କାହାରିକୁ ଯିବାକୁ ବାରଣ କରାଯାଇଥିବାରୁ ସେ ପ୍ରବେଶ କରି ପାରି ନ ଥିଲେ । ମାତ୍ର ସନ୍ତୋଷିନୀଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ବାଧ୍ୟ ହୋଇ ତାଙ୍କ ମା’ଙ୍କୁ ଭିତରକୁ ଡ଼କାଯାଇଥିଲା । ଶେଷରେ ସନ୍ତୋଷିନୀ ଏକ ପୁଅକୁ ଜନ୍ମ ଦେଇଥିଲେ ।

- Advertisement -

ଏହି ସମୟରେ ବେଗୁନିଆପଡ଼ା ଡ଼ାକ୍ତର, ନୋଡ଼ାଲ ଅଧିକାରୀ, ସଙ୍ଗରୋଧ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories