www.samajalive.in
Wednesday, December 10, 2025
16.1 C
Bhubaneswar

ଲୋକପ୍ରିୟ ଶୋ ଶକ୍ତିମାନର ସୁଟିଂ : ଫଟୋରେ ଦେଖନ୍ତୁ ପରଦା ପଛର କାହାଣୀ

ପୁରୁଣା ଲୋକପ୍ରିୟ ଧାରାବାହିକ ଶକ୍ତିମାନ୍ ସହ ମୁକେଶ ଖାନ୍ନାଙ୍କ ମଧ୍ୟ ପୁଣି ଥରେ ଟେଲିଭିଜନ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଭଳି ପରିସ୍ଥିତିରେ ୯୦ ଦଶକର ପିଲାମାନଙ୍କର ଖୁସିର ସୀମା ନ ଥିବା ବେଳେ ନୂଆ ପିଢିର ପିଲାମାନେ ମଧ୍ୟ ଭାରତର ପ୍ରଥମ ସୁପର ହିରୋଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି।
ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ଶକ୍ତିମାନ୍ ରୂପରେ ଭାରତକୁ ପ୍ରଥମ ସୁପରହିରୋ ଭେଟି ଦେଇଥିଲା। ଗଙ୍ଗାଧର ଏବଂ ଶକ୍ତିମାନ ଭୂମିକାରେ ମୁକେଶ ଖାନ୍ନା ଅଭିନୟ କରି ପିଲାମାନଙ୍କର ପ୍ରିୟ ହୋଇଥିଲେ। ବର୍ତ୍ତମାନ ସେହି ଲୋକପ୍ରିୟ ଶୋ ଟେଲିଭିଜନ୍ ଦୁନିଆକୁ ଫେରି ଆସିବା ପରେ ଅଭିନେତା ମୁକେଶ ଖାନ୍ନା କିଛି ବିଟିଏସ୍ ଫଟୋ ସେୟାର କରିଛନ୍ତି।
ମୁକେଶ ଖାନ୍ନା ଫଟୋ ସେୟାର କରି ସେହି ସମୟରେ ପରଦା ପଛରେ ପରିସ୍ଥିତି କିପରି ଥିଲା, ତାହା ବୟାନ କରିଛନ୍ତି। ଫଟୋରେ ଆପଣ ଦେଖିପାରିବେ ଯେ ଅଭିନେତାମାନେ ସୁଟିଂ ସମୟରେ କିପରି ଥିଲେ ଏବଂ ସେତେବେଳର ସେଟ୍ କେମିତି ଥିଲ।
ଏହା ସହ ପିଲାମାନେ ସେହି ସମୟରେ ଶକ୍ତିମାନକୁ ଭଲ ପାଉଥିଲେ ଏବଂ ସେମାନେ ତାଙ୍କୁ ଦେଖିବା ପାଇଁ ସୁଟିଂ ସେଟ୍ ରେ ପହଞ୍ଚୁଥିଲେ। ଏହି ଫଟୋରେ ପିଲାମାନେ ମୁକେଶ ଖାନ୍ନାଙ୍କୁ ସେଟରେ ଘେରି ରହିଥିବା ଆପଣ ଦେଖିପାରୁଥିବେ ନିଶ୍ଚୟ।
ପିଲାମାନଙ୍କର ପ୍ରିୟତା ଯୋଗୁଁ ମୁକେଶ ଖାନ୍ନାଙ୍କୁ ଶକ୍ତିମାନ ଭାବରେ ଅନେକ ପିଲାଙ୍କୁ ଭେଟିବାକୁ ଯିବାକୁ ପଡୁଥିଲା। ସ୍କୁଲ ପିଲାମାନଙ୍କ ସହିତ ଏକ ଫଟୋ ସେ ସେୟାର କରିଛନ୍ତି।
ଅଦ୍ୟାବଧି ଆପଣ ନିଶ୍ଚିତ ଭାବରେ ଅନେକ ଚଳଚ୍ଚିତ୍ରର ଅଭିନେତା ଏବଂ କ୍ରୁ ସଦସ୍ୟମାନଙ୍କୁ ସେଟ୍ ରେ କ୍ରିକେଟ୍ ଖେଳୁଥିବା ଦେଖିଥିବେ। ଶକ୍ତିମାନ୍ ସେଟରେ ମଧ୍ୟ ସମାନ ଘଟଣା ଘଟିଥିଲା।​ ମୁକେଶ ଖାନ୍ନା ଗଙ୍ଗାଧର ପୋଷାକରେ କ୍ରିକେଟ୍ ଖେଳୁଥିବା ଏହି ଫଟୋରେ ଦେଖିବାକୁ ମିଳୁଛି।
ଅଭିନେତା ଟମ୍ ଆଲ୍ଟର୍ ଶକ୍ତିମାନ ଶୋ ରେ ମହାଗୁରୁ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ସମ୍ମାନରେ ମୁକେଶ ଖାନ୍ନା ଏହି ଫଟୋ ସେୟାର କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories