www.samajalive.in
Saturday, December 13, 2025
26.1 C
Bhubaneswar

କାଲିଠୁ ଗଡ଼ିବ ରେଳ: ଆଜିଠୁ ଟିକେଟ ବୁକିଂ, ମିଳିବନି ଏହି ସୁବିଧା

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖ ଅର୍ଥାତ ମଙ୍ଗଳବାରଠାରୁ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହେବ। ଭାରତୀୟ ରେଲୱେ ପକ୍ଷରୁ ଏ ନେଇ ଘୋଷଣା ହୋଇଥିବାବେଳେ ସୋମବାର ଅପରାହ୍ନ ୪ଟାରୁ ଟ୍ରେନ ଟିକେଟ ବୁକିଂ ଆରମ୍ଭ ହେବ। ରାଜଧାନୀ ନୂଆଦିଲ୍ଲୀରୁ ୧୫ଟି ଷ୍ଟେଶନ ମଧ୍ୟରେ ୧୫ ଯୋଡ଼ା ଅର୍ଥାତ ୩୦ଟି ଟ୍ରେନ ଚଳାଚଳ କରିବ। ତେବେ ଏହି ଟ୍ରେନରେ ପୂର୍ବରୁ ଯାତ୍ରୀମାନଙ୍କୁ ମିଳୁଥିବା କେତେକ ସୁବିଧା ଉପଲବ୍ଧ ହେବ ନାହିଁ।

ମିଳିବନି ଏହି ସୁବିଧା

୧- ଭାରତୀୟ ରେଲୱେ ସୂଚନା ଅନୁସାରେ ଲକଡାଉନ ସମୟରେ ଚାଲିବାକୁ ଥିବା ଟ୍ରେନଗୁଡ଼ିକର ଟିକେଟ କେବଳ ଅନ୍‌ଲାଇନରେ ବୁକ୍‌ କରାଯିବ। ଷ୍ଟେଶନଗୁଡ଼ିକରେ ଟିକେଟ ବୁକିଂ ବନ୍ଦ ରହିବ।

- Advertisement -

୨- ଏହି ସ୍ବତନ୍ତ୍ର ଟେନଗୁଡ଼ିକରେ ଯାତ୍ରୀମାନଙ୍କୁ କୌଣସି ପ୍ରକାର କୋଟାର ସୁବିଧା କିମ୍ବା ରିହାତି ମିଳିବ ନାହିଁ।

୩- ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ କିମ୍ବା ମହିଳା ଯାତ୍ରୀମାନଙ୍କ ପାଇଁ ଟ୍ରେନ ଭଡ଼ାରେ କୌଣସି ପ୍ରକାର ରିହାତି ଦିଆଯିବ ନାହିଁ।

୪- ଟ୍ରେନଗୁଡ଼ିକରେ କେବଳ ଶୀତତାପ ନିୟନ୍ତ୍ରିତ ବଗି ରହିବ। ଅର୍ଥାତ୍‌ ସ୍ଲିପର କିମ୍ବା ସାଧାରଣ ବଗି ରହିବ ନାହିଁ।

୫- ଟ୍ରେନ୍‌ ଟିକଟ ମୂଲ୍ୟ ବି ପୂର୍ବାପେକ୍ଷା ଅଧିକ ରହିବ। ଏହାବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ପ୍ଲାଟଫର୍ମ ଟିକେଟ ମିଳିବ ନାହିଁ। ଯାତ୍ରୀଙ୍କ ସହିତ ଷ୍ଟେଶନ ଆସୁଥିବା ଅନ୍ୟ ଲୋକ ଷ୍ଟେଶନରେ ପ୍ରବେଶ କରିପାରିବେ ନାହିଁ।

୬- ଟ୍ରେନରେ କମ୍ବଳ, ଚାଦର ଏବଂ ଟାୱେଲ ଦିଆଯିବ ନାହିଁ।

୭- ଶୀତତାପ ନିୟନ୍ତ୍ରିତ ବଗିଗୁଡ଼ିକରେ ତାପମାତ୍ରା ସାଧାରଣ ଦିନରେ ରଖାଯାଉଥିବା ତାପମାତ୍ରାଠାରୁ ଅଧିକ ରହିବ। ବଗିରେ ଭେଣ୍ଟିଲେଶନକୁ ଗୁରୁତ୍ଵ ଦିଆଯିବ।

ଲାଗୁ ହୋଇଛି ଏହି ନିୟମ

୧- ଶ୍ରମିକ ସ୍ପେଶାଲ ଟ୍ରେନଗୁଡ଼ିକରେ ଏକ ବଗିରେ ସର୍ବାଧିକ ୫୪ ଯାତ୍ରୀ ଯାତ୍ରା କରିବାକୁ ଅନୁମତି ରହିଛି।

୨- ବୁକିଂ ସମୟରେ ପ୍ରାପ୍ତ ଟିକେଟରେ କ’ଣ କରିବେ କ’ଣ ନ କରିବେ ତାହା ସ୍ପଷ୍ଟ ରୂପରେ ଲେଖା ହୋଇଥିବ। ସେଥିରେ ଗାଇଡ୍‌ଲାଇନ ବି ସାମିଲ ରହିବ। ଯେପରି କି ଅତି କମରେ ଏକ ଘଣ୍ଟା ପୂର୍ବରୁ ଷ୍ଟେଶନରେ ପହଞ୍ଚିବା, ଏଗ୍‌ଜିଟ ପଏଣ୍ଟରେ ମେଡିକାଲ ଯାଞ୍ଚ କରାଯିବା, କରୋନା ସଂକ୍ରମଣ ସହିତ ଜଡ଼ିତ ଅନ୍ୟ ପ୍ରୋଟୋକଲ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍‌ କରିବା ଇତ୍ୟାତି।

୩- କେବଳ ବୈଧ ସଂରକ୍ଷିତ ଟିକେଟ ଥିବା ବ୍ୟକ୍ତିଙ୍କୁ ଷ୍ଟେଶନରେ ପ୍ରବେଶ କରିବା ଅନୁମତି ମିଳିବ।

୪- ଯେଉଁମାନଙ୍କଠାରେ ଭୂତାଣୁରେ ସଂକ୍ରମିତ ହୋଇଥିବାର ଲକ୍ଷଣ ନ ଥିବ କେବଳ ସେମାନଙ୍କୁ ହିଁ ଟ୍ରେନରେ ଚଢ଼ିବା ଅନୁମତି ମିଳିବ।

୫- ଯାତ୍ରା ସମୟରେ ଟ୍ରେନ ବହୁତ କମ୍‌ ଷ୍ଟେଶନରେ ଅଟକିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories