www.samajalive.in
Monday, December 8, 2025
13.1 C
Bhubaneswar

କରୋନା ମୁକାବିଲା ପାଇଁ ପଡୋଶୀଙ୍କୁ ସହାୟତା : ‘ମିଶନ ସାଗର’ ଅଭିଯାନ

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ମୁକାବିଲା ଦିଗରେ ଭାରତ ସରକାରଙ୍କ ସହିତ ସମନ୍ବୟ ସ୍ଥାପନ କରି ଭାରତୀୟ ନୌସେନାର ଜାହାଜ ‘କେଶରୀ’ ଖାଦ୍ୟ ସାମଗ୍ରୀ, ଏଚସିକ୍ୟୁ ଔଷଧ ସହିତ କୋଭିଡ ସଂକ୍ରାନ୍ତ ବିଭିନ୍ନ ଔଷଧ ଓ ସ୍ବତନ୍ତ୍ର ଆୟୁର୍ବେଦିକ ଔଷଧ ଏବଂ ଚିକିତ୍ସା ସହାୟତା ଦଳଙ୍କୁ ନେଇ ରବିବାର ମାଳଦ୍ବୀପ, ମରିସସ, ସିଚେଲ୍ସ, ମାଡାଗାସ୍କାର ଏବଂ କୋମୋରୋସ ଅଭିମୁଖେ ଯାତ୍ରା କରିଛି । କୋଭିଡ-୧୯ ମହାମାରୀ ଏବଂ ଏହାର ପ୍ରଭାବରୁ ଦେଖାଦେଇଥିବା ସଙ୍କଟର ମୁକାବିଲା ନିମନ୍ତେ ଏସବୁ ଦେଶକୁ ସହାୟତା ଯୋଗାଇ ଦେବା ଦିଗରେ ଭାରତ ପ୍ରଥମ ରାଷ୍ଟ୍ର ଭାବେ ‘ମିଶନ ସାଗର’ ଅଭିଯାନ ଆରମ୍ଭ କରିଛି । ଏହାଦ୍ବାରା ଏହି ଦେଶଗୁଡ଼ିକ ସହିତ ବର୍ତ୍ତମାନର ଉତ୍କୃଷ୍ଟ ସମ୍ପର୍କ ଆହୁରି ବିକଶିତ ହେବ ।
ଏହି ଜାହାଜର ମୁତୟନ ‘ସାଗର’ କ୍ଷେତ୍ରର ସୁରକ୍ଷା ଓ ଅଭିବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀଙ୍କ ସଙ୍କଳ୍ପ ଅନୁରୂପ ତଥା ପଡ଼ୋଶୀ ରାଷ୍ଟ୍ର ସହିତ ଭାରତର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଦ୍ଦିଷ୍ଟ। ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରଣାଳୟ ସମେତ ଭାରତ ସରକାରଙ୍କ ଅନ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ନିବିଡ଼ ସହଯୋଗ ମାଧ୍ୟମରେ ଏହି ଅପରେସନକୁ କାର୍ୟ୍ୟକାରୀ କରାଯାଉଛି ।
ମିଶନ ସାଗରର ଅଂଶବିଶେଷ ସ୍ବରୂପ ଭାରତୀୟ ନୌସେନାର ଜାହାଜ କେଶରୀ ମାଳଦ୍ବୀପ ଗଣରାଜ୍ୟର ପୋର୍ଟ ଅଫ ମାଲେରେ ପ୍ରବେଶ କରିବ ଓ ସେଠାରେ ୬୦୦ ଟନ ଖାଦ୍ୟଶସ୍ୟ ଯୋଗାଇ ଦେବ। ଭାରତ ଏବଂ ମାଳଦ୍ବୀପ ନିବିଡ଼ ସାମୁଦ୍ରିକ ପଡ଼ୋଶୀ ତଥା ଦୁଇ ଦେଶ ମଧ୍ୟରେ ଅତ୍ୟନ୍ତ ସୁଦୃଢ଼ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରତିରକ୍ଷା ଓ କୂଟନୈତିକ ସମ୍ପର୍କ ରହିଛି ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories