www.samajalive.in
Monday, December 8, 2025
24.1 C
Bhubaneswar

ଛାତ୍ର କଂଗ୍ରେସର ରକ୍ତଦାନ ଶିବିର

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସଭବନରେ ଶନିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆଜିର ଏହି କୋରନା ମହାମାରୀ ସମୟରେ ସାଧାରଣ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଜରୁରୀ ହୋଇପଡିଛି ସେତିକିବେଳେ ଯେତିକି ସଂଖ୍ୟକ ରକ୍ତ ମିଳିବା କଥା ଆବଶ୍ୟକତା ମୁତାମକ ସେତିକି ରକ୍ତ ଭଣ୍ଡାରରେ ମିଳୁନାହିଁ । ଅସୁବିଧାକୁ ଦୃଷ୍ଟିରେ ରଖି ଶନିବାର ଓଡିଶା ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଯକ ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ୱରେ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗ ଦେଇ ରକ୍ତ ଦାନ କରି ଏକ ମହତ କାମ କରିଥିବାରୁ ଛାତ୍ରନେତା ମାନଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇବା ସହ ଭୁୟସୀ ପ୍ରଂଶସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି , ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାସ ,ଅଭିଷେକ ମହାନନ୍ଦ,ଦୀପକ ମହାପାତ୍ର ,ନରେଶ ମହାନ୍ତି ଯୋଗଦେଇଥିବା ବେଳେ ଆଦିତ୍ୟ ପ୍ରିତମ ଦାସ , ନିରଞ୍ଜନ ନାୟକ , ସମ୍ଭବ ପଟ୍ଟନାୟକ, ସୌମ୍ୟରଂଜନ ଜେନା, ଦେବଶ୍ରୀ ବଳ ପ୍ରମୁଖ ୧୯ ଜଣ ଛାତ୍ର ନେତା ରକ୍ତ ଦାନ କରିଥିଲେ ।

 

- Advertisement -

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories