www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ରାଜ୍ୟରେ ପ୍ରବେଶ କରାଇ ଦେଉନାହାନ୍ତି ମମତା: ଶାହ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ନେଇ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ ହୋଇଛନ୍ତି। ଅନେକ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଥିବାବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏଥିରେ ସହାୟତା ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ। ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ସରକାର ରାଜ୍ୟରେ ପ୍ରବେଶ କରାଇଦେଉ ନାହାନ୍ତି। ଏହାକୁ ନେଇ ଶନିବାର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଶାହ ଲେଖିଛନ୍ତି, ପ୍ରବାସୀ ଶ୍ରମିକମାନଙ୍କୁ ଘରେ ପହଞ୍ଚାଇବା ଲାଗି ପଶ୍ଚିମବଙ୍ଗ ସରକାରଙ୍କ ସହଯୋଗ ମିଳୁନାହିଁ। ରାଜ୍ୟ ସରକାର ରାଜ୍ୟରେ ପ୍ରବାସୀମାନଙ୍କ ଟ୍ରେନକୁ ପ୍ରବେଶ କରାଇଦେଉ ନାହାନ୍ତି। ଏହା ପ୍ରବାସୀ ଶ୍ରମିକମାନଙ୍କ ସହିତ ଅନ୍ୟାୟ। ଏହା ତାଙ୍କ ପାଇଁ ଆହୁରି ଅଧିକ ସମସ୍ୟା ଆଣିଦେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟକୁ ବିଭିନ୍ନ ସ୍ଥାନ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କୁ ପହଞ୍ଚାଇବା ଲାଗି ଶ୍ରମିକ ସ୍ପେଶାଲ ଟେନ ଚଳାଚଳ କରୁଛି। କେନ୍ଦ୍ର ସରକାରଙ୍କ ସହାୟତାରେ ଲକ୍ଷ ଲକ୍ଷ ଶ୍ରମିକ ଅନେକ ରାଜ୍ୟରେ ପହଞ୍ଚିଲେଣି। କିନ୍ତୁ ମମତା ତାଙ୍କ ରାଜ୍ୟରେ ଏହି ଟ୍ରେନ ପ୍ରବେଶ କରାଇଦେଉ ନାହାନ୍ତି। ଫଳରେ ପଶ୍ଚିମବଙ୍ଗରେ ଫଶିଥିବା ଅନ୍ୟ ରାଜ୍ୟର ଶ୍ରମିକମାନେ ସେମାନଙ୍କ ଘରକୁ ଫେରିପାରୁ ନାହାନ୍ତି। ଏପରି କି ସେଠାରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନ ପର୍ଯ୍ୟନ୍ତ ଆସିବାକୁ ଦେଉନାହାନ୍ତି। ଏହା ସେମାନଙ୍କ ପାଇଁ ଅନ୍ୟାୟ ବୋଲି ଶାହ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories