www.samajalive.in
Friday, December 5, 2025
26.1 C
Bhubaneswar

ଲୋକଙ୍କୁ ସିଧାସଳଖ ଟଙ୍କା ନ ପଠାଇଲେ ବେରୋଜଗାରିର ସୁନାମି ଆସିବ: ରାହୁଲ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଲକଡାଉନ ଯୋଗୁ ଉପୁଜିଥିବା ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ମୋଦୀ ସରକାରଙ୍କୁ ରାହୁଲ ଟାର୍ଗେଟ କରିବା ସହିତ ଲକଡାଉନ କେବେ ଖୋଲିବ ସେ ନେଇ ଜନତାଙ୍କୁ ଅବଗତ କରାଇବା ଆବଶ୍ୟକ। ଏହା ସହିତ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା ଦରକାର।

ରାହୁଲ କହିଥିଲେ, କଂଗ୍ରେସ କେନ୍ଦ୍ର ସରକାରଙ୍କୁ କିଛି ପରାମର୍ଶ ଦେବାକୁ ନିଷ୍ପତ୍ତି ନେଇଛି। ଏବେ ସମୟ ଆସିଯାଇଛି ଯେ, ଛୋଟ ବ୍ୟବସାୟୀମାନଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କରାଯାଉଛି। ଲକଡାଉନ ଖୋଲିବାକୁ ପ୍ରସ୍ତୁତି କରାଯାଉ। କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିମିଶି ରଣନୀତି ପ୍ରସ୍ତୁତ କରନ୍ତୁ। କେବେ ଲକଡାଉନ ଖୋଲିବ ତାହା ସରକାର ଲୋକଙ୍କୁ କହିବା ଜରୁରୀ। ଦେଶରେ ଏବେ କ’ଣ ଚାଲିଛି ତାହା ସରକାର କୁହନ୍ତୁ। ଏହି ମହାମାରୀ ଅତି ଭୟଙ୍କର ହୋଇଯାଇଛି। ଲକଡାଉନ ସମୟରେ ଅନେକ କିଛି ବଦଳିଯାଇଛି। ଆପଣ ଯେକୌଣସି ବ୍ୟବସାୟୀଙ୍କ ପଚାରିଲେ ଜାଣିପାରିବେ ଯେ ସପ୍ଲାଇ ଚେନ୍‌କୁ ନେଇ ସମସ୍ୟା ହୋଇଛି। ପ୍ରବାସୀ ଶ୍ରମିକ, ଗରିବ, ଛୋଟ ବ୍ୟବସାୟୀମାନଙ୍କୁ ଆଜି ଅର୍ଥର ଆବଶ୍ୟକତା ଅଧିକ ରହିଛି। ସେମାନଙ୍କୁ ଟଙ୍କା ପଠାଇବା କାର୍ଯ୍ୟ ଆରମ୍ଭ ହୋଇଯିବା ଦରକାର, ନଚେତ ବେରୋଜଗାରିର ସୁନାମି ଆସିଯିବ ବୋଲି ରାହୁଲ କହିଛନ୍ତି। ସରକାର ତତ୍କାଳ ଛୋଟ ବ୍ୟବସାୟୀମାନଙ୍କୁ ସହାୟତା କରନ୍ତୁ ଏବଂ ଗରିବ ଓ ଶ୍ରମିକମାନଙ୍କ ଆକାଉଣ୍ଟକୁ ୭୫୦୦ ଟଙ୍କା ଲେଖାଏ ଜମା କରନ୍ତୁ ବୋଲି ରାହୁଲ ପରାମର୍ଶ ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories