www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ନେଇ ହାଇକୋର୍ଟଙ୍କ ଗୁରୁତ୍ଵପୁର୍ଣ୍ଣ ନିର୍ଦେଶ : ପ୍ରଥମେ କରୋନା ଟେଷ୍ଟ ,ତାପରେ ରାଜ୍ୟକୁ ପ୍ରବେଶ

କଟକ : ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟରାଜ୍ୟରୁ ଓଡିଶା ଫେରିବା ପୂର୍ବରୁ ସମସ୍ତ ପ୍ରବାସୀଙ୍କର କରୋନା ଟେଷ୍ଟ କରାଯାଉ ଏବଂ କରୋନା ନେଗେଟିଭ୍ ଆସିଲେ ରାଜ୍ୟକୁ ପ୍ରବେଶ ଅନୁମତି ମିଳୁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ନେଇ ହାଇକୋର୍ଟରେ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ।

ସମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନାଙ୍କ ଦ୍ବାରା ଆଗତ ହୋଇଥିବା ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଥିଲା କି ରାଜ୍ୟ ସରକାର କୌଣସି ଟେଷ୍ଟ ନକରି ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ଫଳରେ ରାଜ୍ୟବାସୀଙ୍କ ପାଇଁ ଏହା ବଡ ବିପଦ ସାବ୍ୟସ୍ତ ହୋଇପାରେ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାୟ ଦେଇଛନ୍ତି କି ଯେଉଁ ପ୍ରବାସୀ ଓଡିଆ ରାଜ୍ୟକୁ ଫେରିବାକୁ ଚାହିଁଥିବେ ସେ ଯେଉଁ ସ୍ଥାନରେ ଅଛନ୍ତି, ସେହି ସ୍ଥାନରେ ତାଙ୍କର କରୋନା ଟେଷ୍ଟ ହେବ । ରାଜ୍ୟ ସରକାର ପରୀକ୍ଷା ଖର୍ଚ୍ଚ ବହନ କରିବେ । ଟେଷ୍ଟ ନେଗେଟିଭ୍ ଆସିଲେ ରାଜ୍ୟକୁ ଫେରିବାକୁ ଅନୁମତି ମିଳିବ ।

- Advertisement -

ସୂଚନାଯୋଗ୍ୟ ବର୍ତ୍ତମାନ ଯାଏଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ୨୦୬ ଜଣ କରୋନା ଆକ୍ରାନ୍ତ ହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ୧୪୨ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories