www.samajalive.in
Monday, December 8, 2025
13.1 C
Bhubaneswar

ମଦ ହୋମ୍ ଡ଼େଲିଭରି ନିମନ୍ତେ ଜମାଟୋ ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ: ମଦକୁ ନେଇ ଏବେ ଦେଶ ସରଗରମ । କରୋନା ସଂକ୍ରାନ୍ତ ଖବର ସାଙ୍ଗକୁ ମଦ ବିକ୍ରି ଓ ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନେଇ ଗୁଗୁଲରେ ଲୋକ ବେଶ୍ ଖୋଜାଖୋଜି କରୁଛନ୍ତି । ଏପରିକି କିପରି ସାନିଟାଇଜରରୁ ମଦ ପ୍ରସ୍ତୁତ କରାଯାଇ ପାରିବ, ଘରେ ମଦ ପ୍ରସ୍ତୁତି କରିବା ନିମନ୍ତେ ଲୋକମାନେ ୟୁ ଟ୍ୟୁବ ଦେଖୁଥିବା ଖବର ମିଳିଛି । ଏହା ଉପରେ ଆଉ ଏକ ରୋଚକ ଖବର ମିଳିଛି । ଖାଦ୍ୟ ପଦାର୍ଥ ପରେ ଗ୍ରୋସୋରୀ ପହଞ୍ଚାଉଥିବା ସଂସ୍ଥା ‘ଜମାଟୋ’ ଏବେ ମଦର ହୋମ୍ ଡ଼େଲିଭରୀ ନିମନ୍ତେ ଆଗ୍ରହ ପ୍ରକାଶ କରିଛି । ଏଥିପାଇଁ କମ୍ପାନୀ ଇଣ୍ଯରନେସନାଲ ସ୍ପିରିଟ୍ସ ଏଣ୍ଡ ୱାଇନ୍ ଆସୋସିଏସନ ଅଫ୍ ଇଣ୍ଡିଆ (ଆଇଏସ୍ଡ଼ବ୍ଲୁଏଆଇ) ନିକଟରେ ଆବେଦନ କରିଛି ।

ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲକ୍ଡ଼ାଉନ ଯୋଗୁଁ କମ୍ପାନୀର ଖାଦ୍ୟ ପଦାର୍ଥ ଡ଼େଲିଭରୀ ବ୍ୟବସ୍ଥା ଏକପ୍ରକାର ବନ୍ଦ ହେବା ଅବସ୍ଥାରେ ପହଞ୍ଚିଛି । ତେଣୁ ନିଜ ସ୍ଥିତି ବଞ୍ଚାଇ ରଖିବା ପାଇଁ କମ୍ପାନୀ ଗ୍ରୋସୋରୀର ହୋମ ଡ଼େଲିଭରୀ ଆରମ୍ଭ କରିଛି । ଦେଶ​‌ରେ ଲକ୍ ଡ଼ାଉନ ତୃତୀୟ ପର୍ଯ୍ୟାୟରେ କିଛି ରାଜ୍ୟରେ ମଦ ଦୋକାନ ଖୋଲିଥିଲେ ମଧ୍ୟ ଲୋକଙ୍କ ଭିଡ଼ ଯୋଗୁଁ ମୁମ୍ବାଇ ପରି ସହରରେ ଦୋକାନକୁ ବନ୍ଦ କରିବାକୁ ପଡ଼ିଛି । ମଦ ଦୋକାନ ଆଗରେ ଲୋକମାନେ ମାଇଲ ମାଇଲ ଲମ୍ବା ଧାଡ଼ି ଲଗାଉଛନ୍ତି । ଏକ ପକ୍ଷରେ ମଦ ଉପରେ ବିପୁଳ ଟିକସ, ତା ସାଙ୍ଗରେ ଧାଡ଼ିରେ ଠିଆ ହେବାର କଷ୍ଟରୁ ମୁକୁଳିବାକୁ ଲୋକମାନେ ମଧ୍ୟ ହୋମ୍ ଡ଼େଲିଭରୀ ନିମନ୍ତେ ଆଗ୍ରହ ପ୍ରକାଶ କରିପାରନ୍ତି ବୋଲି ଜମାଟୋ ଭାବୁଛି । ଏହି ପରିପ୍ରେକ୍ଷୀ​‌ରେ ସରକାର ଓ ଆଇଏସ୍ଡ଼ବ୍ଲୁଏଆଇର ଅନୁମତି ମିଳିଲେ ଜମାଟେ ମଦ ହୋମ ଡ଼େଲିଭରି ଆରମ୍ଭ କରିବ ବୋଲି ସୂଚନା ମିଳିଛି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories