www.samajalive.in
Thursday, December 11, 2025
16.1 C
Bhubaneswar

ଚିନ୍ତା ବଢାଇଲେ ସୁରତ ଫେରନ୍ତା : ଆଜି ରାଜ୍ୟରେ ଚିହ୍ନଟ ୨୦ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ସ୍ବାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ଵର : ଆଜି ରାଜ୍ୟରେ ଏକକାଳୀନ ସର୍ବାଧିକ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି । ଆଜି ରାଜ୍ୟ​‌​‌ରେ ଚିହ୍ନଟ ହୋଇଥିବା ୨୦ ଜଣଙ୍କ ମଧ୍ୟରେ ୧୭ ଜଣ ଗଞ୍ଜାମ ଜିଲାର ​‌ହୋଇଥିବା ବେଳେ ୩ ଜଣ ମୟୂରଭଞ୍ଜ ଜିଲାର ରହିଛନ୍ତି । ତେବେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଚିହ୍ନଟ ହୋଇଥିବା ସମସ୍ତ ୨୦ ଜଣଙ୍କ ତଥ୍ୟ ଦିଆଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ ।


ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଗଞ୍ଜାମ ଜିଲାରୁ ଆଜି ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ୧୬ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି । ୧୬ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୭,୨୭,୨୦,୩୮,୨୩,୨୯,୫୦,୩୦,୨୯,୨୧,୪୩,୪୩, ୩୯,୪୬,୧୮ ଓ ୨୪ ବର୍ଷ ରହିଥିବା ବେଳେ ମହିଳା ଜଣଙ୍କ ବୟସ ୨୦ ବର୍ଷ ରହିଥିବା ସୂଚନା ମିଳିଛି । ସେହିପରି ମୟୂରଭଞ୍ଜରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ସମସ୍ତେ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୧,୩୬ ଓ ୪୪ ରହିଥିବା ବେଳେ ସମସ୍ତେ ସୁରତ ଫେରନ୍ତା ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories