www.samajalive.in
Monday, December 8, 2025
13.1 C
Bhubaneswar

ଗଞ୍ଜାମର ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା, ସ୍ଥିତି ପରଖିବା ପାଇଁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର : ନିଜାମୁଦ୍ଦିନ ପରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟରେ କରୋନା ହାର ବଢ଼ି ଚାଲିଥିବାବେଳେ ଏବେ ସୁରତ ଫେରନ୍ତା ଓଡ଼ିଶା ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ଦୁଇ ସପ୍ତାହ ତଳେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୬୫ରୁ ବଢ଼ି ୧୬୦ରେ ପହଞ୍ଚିଥିଲା। ଏଥିପାଇଁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଭଳି କେତେକ ଜିଲା ହଟସ୍ପଟ ବଳୟକୁ ଚାଲି ଯାଇଥିଲା। ଏବେ ବଙ୍ଗ ସାଙ୍ଗରେ ସୁରତ ଫେରନ୍ତା ପୁଣି ଥରେ କରୋନା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। କିଛିଦିନ ମଧ୍ୟରେ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଯେଉଁ ବଢ଼ି ଚାଲିଛି ତାହା ପଛରେ ସୁରତ ଫେରନ୍ତାଙ୍କ ଲିଙ୍କ ରହିଛି।


ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁରତ ଫେରନ୍ତାଙ୍କୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଆଜି  ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ବ୍ୟକ୍ତି ସୁରତ ଫେରନ୍ତା ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାର ଗଞ୍ଜାମ ଜିଲା ପାଇଁ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ ଦେଇଛନ୍ତି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କୁ ଓ ଆରଏମଆରସି ଭୁବନେଶ୍ୱର ବୈଜ୍ଞାନିକ ଜୟସିଂହ କ୍ଷେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ବରିଷ୍ଠ ଅଧୀକାରୀ ଗଞ୍ଜାମ ଜିଲାର କଣ୍ଟେନମେଣ୍ଟ ଜୋନ ତଦାରଖ କରିବା ସହ ଫେରିଥିବା ପ୍ରବାସୀମାନଙ୍କ କ୍ବାରେଣ୍ଟାଇନ ସେଣ୍ଟର ଗୁଡିକର ମଧ୍ୟ ତଦାରଖ କରିବେ । ଏହାସହ ଏମକେସିଜି ମେଡ଼ିକାଲରୁ ଏକ ଆରଆରଟି ଟିମ୍ ଗଠନ କରାଯାଇ ଗଞ୍ଜାମ ଫେରିଥିବା ପ୍ରବାସୀ ମାନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories