www.samajalive.in
Monday, December 8, 2025
24.1 C
Bhubaneswar

ଏଭଳି ଏକ ଦେଶ ଯେଉଁଠି ଘର କାନ୍ଥରେ ପତ୍ନୀଙ୍କ ଫଟୋ ଲଗାଇବା ଏକ ପ୍ରଥା

ବ୍ରୁଣେଇ : ବିଶ୍ଵରେ ଏଭଳି ଏକ ଦେଶ ରହିଛି ଯାହାର କୌତୁହଳପୂର୍ଣ୍ଣ ଜିନିଷ ଆପଣଙ୍କୁ ଆଶ୍ଚର୍ୟ୍ୟ କରିଦେବ। ଇଣ୍ଡୋନେସିଆ ନିକଟରେ ଅବସ୍ଥିତ ଏହି ଦେଶରେ ରାଜତନ୍ତ୍ର ବର୍ତ୍ତମାନ ମଧ୍ୟ କାର୍ଯ୍ୟ କରୁଛି, ଅର୍ଥାତ୍ ଏଠାରେ ରାଜାଙ୍କ ଶାସନ ଚାଲିଛି। ଏହି ଦେଶଟିର ନାମ ହେଉଛି ବ୍ରୁଣେଇ। ଏହା ହେଉଛି ଏକ ମୁସଲମାନ ସଂଖ୍ୟାଲଘୁ ଦେଶ, ଯେଉଁଠାରେ ଆଜି ମଧ୍ୟ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ଦିଆଯାଇ ନାହିଁ। ଅନ୍ୟାନ୍ୟ ଦେଶ ପରି ଏହି ଦେଶ ମଧ୍ୟ ବ୍ରିଟିଶମାନଙ୍କର ଦାସ ରହିଥିଲା। ଯାହା ୧ ଜାନୁଆରୀ ୧୯୮୪ରେ ସ୍ବାଧୀନତା ଲାଭ କରିଥିଲା।
ବ୍ରୁଣେଇରେ ଲୋକଙ୍କ ଘରର କାନ୍ଥରେ ପତ୍ନୀଙ୍କ ଫଟୋ ଚିତ୍ର ରଖିବା ହେଉଛି ଏକ ପ୍ରଥା। କେତେକଙ୍କ ଘରେ ଏକରୁ ଅଧିକ ପତ୍ନୀଙ୍କ ଚିତ୍ର ମଧ୍ୟ ଦେଖାଯାଏ। ଏହା ବ୍ୟତୀତ କାନ୍ଥରେ ସୁଲତାନଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳେ।

pic courtesy-amarujala

ଏଠାରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ନିଷେଧ। କେବଳ ଏତିକି ନୁହେଁ, ଏଠାକାର ଲୋକମାନେ ରାସ୍ତାରେ ଯିବାବେଳେ କିଛି ଖାଇବା ପିଇବା ଭୁଲ ବୋଲି ବିବେଚନା କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ଥିବା ଲୋକମାନେ ଫାଷ୍ଟଫୁଡ୍ ଅଧିକ ଖାଇବାକୁ ପସନ୍ଦ କରନ୍ତି ନାହିଁ।

- Advertisement -
pic courtesy-amarujala

କୁହାଯାଏ ଯେ, ଏହି ଦେଶରେ ଅଧିକାଂଶ ଲୋକଙ୍କ ପାଖରେ କାର ରହିଛି। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ଏକ ହଜାର ଲୋକଙ୍କ ପାଇଁ ପ୍ରାୟ ୭୦୦କାର ରହିଛି। ବାସ୍ତବରେ, ଏଠାରେ କାରଗୁଡିକ ଅଧିକ ହେବାର କାରଣ ହେଉଛି ଏଠାରେ ତୈଳ ମୂଲ୍ୟ ବହୁତ କମ୍।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories