www.samajalive.in
Monday, December 8, 2025
27.1 C
Bhubaneswar

ସବୁଠି ସାମାଜିକ ଦୂରତାକୁ ବେଖାତିର

ଲାଞ୍ଜିଗଡ: ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲାକୁ ମାଡି ଚାଲିଛି କରୋନା। ତଥାପି ଲୋକେ ସାମାଜିକ ଦୂରତାକୁ ବେଖାତିର କରୁଛନ୍ତି। କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଦେଖିବାକୁ ମଳିଛି ଏଭଳି ସ୍ଥିତି। ତେଜରାତି ଦୋକାନ ଓ ଆମିଷ ଦୋକାନ ମାନଙ୍କରେ ଲୋକେ ଦୂରତା ରଖୁ ନ ଥିବା ବେଳେ ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ମଧ୍ୟ ରାସନ ନେବା ସମୟରେ ଲୋକେ ସାମାଜିକ ଦୂରତାକୁ ଭୁଲିଯାଇଥିବା ନଜରକୁ ଆସିଛି । ଏଭଳିକି ଲାଞ୍ଜିଗଡ ବ୍ଲକରେ ଥିବା ବିଭିନ୍ନ ବ୍ୟାଙ୍କ ଗୁଡିକରେ ମଧ୍ୟ ବହୁତ ଭିଡ ଦେଖିବାକୁ ମଳିଛି। ବର୍ତ୍ତମାନ ସରକାର ଧନଜନ ଆକାଉଣ୍ଟ ମାନଙ୍କରେ ମହିଳା ମାନଙ୍କ ପାଇଁ ଟଙ୍କା ପଠାଇଥିବା ବେଳେ ଏହି ଟଙ୍କା ଉଠାଣ ପାଇଁ ଅନେକ ଭିଡ ହେବାରେ ଲାଗିଛି। ବ୍ୟାଙ୍କ ଗ୍ରାହକମାନେ ସାମାଜିକ ଦୂରତାକୁ ରକ୍ଷା କରୁ ନାହାନ୍ତି। ବ୍ଲକର ବେନଗାଁ ଓ ମୁଷାନାଳ ବ୍ୟାଙ୍କରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଗୋଟିଏ ସ୍ଥାନରେ ଲୋକେ ଜମା ହୋଇଥିବା ବେଳେ ଅନେକ ଲୋକଙ୍କ ମୁହରେ ମାସ୍କ ମଧ୍ୟ ନାହିଁ । ସେହିପରି ପ୍ରଶାସନ ପକ୍ଷରୁ ସକାଲ ୬ଟାରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଥିବା ବେଳେ ସବୁଠି ସାମାଜିକ ଦୂରତାକୁ ଅଣଦେଖା କରାଯାଉଥିବା ଦେଖାଯାଇଛି। ଖାସକରି ଦୁର୍ଗମ ଅଞ୍ଚଳ ମାନଙ୍କରେ କ୍ରିକେଟ ଖେଳ, ତାସଖେଳ ଇତ୍ୟାଦିରେ ଭିଡ ଜମାଉଛନ୍ତି। ଏହି ଅଞ୍ଚଳ ମାନଙ୍କରେ ପୋଲିସ ପାଟ୍ରୋଲିଙ୍ଗ କଡାକଡି କରାଯାଏ ତେବେ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି ହୁଅନ୍ତା। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories