www.samajalive.in
Friday, December 12, 2025
17.1 C
Bhubaneswar

ଚୀନ ବିରୋଧରେ ଏକଜୁଟ ହେଉଛି ବିଶ୍ବ

ବ୍ରସେଲ୍ସ : ବିଶ୍ବରେ କରୋନା ମହାମାରୀ ବ୍ୟାପିବାକୁ ନେଇ ଅନେକ ରାଷ୍ଟ୍ର ଏବେ ଚୀନକୁ ଦାୟୀ କରିବା ଆରମ୍ଭ କରିଛନ୍ତି । ପ୍ରଥମରୁ ଆମେରିକା ଏହି ପ୍ରସଙ୍ଗରେ ଚୀନକୁ ସିଧାସଳଖ ଆରୋପ କରିଥିବାବେଳେ ଏବେ ଅନ୍ୟ ରାଷ୍ଟ୍ରମାନେ ଏଥିରେ ସ୍ବର ମିଶାଇଲେଣି। ସୋମବାର ଅଷ୍ଟ୍ରେଲିଆ ଏଥିରେ ସାମିଲ ହୋଇଛି। କରୋନା ମହାମାରୀ ପାଇଁ ଚୀନକୁ ଦାୟୀ କରିବା ସହ ଅଷ୍ଟ୍ରେଲିଆ ଏହାର ତଦନ୍ତ ନିର୍ଦେଶ ଦେଇଛି। ଅନେକ ରାଷ୍ଟ୍ର କରୋନା ମହାମାରୀ ପାଇଁ ଚୀନକୁ ଦାୟୀ କରିବା ସହ କ୍ଷତିପୂରଣ ଦାବି କରିବାର ଯୋଜନା କରିଛନ୍ତି। ବ୍ରିଟେନ ଓ ଜର୍ମାନୀ ମଧ୍ୟ ଚୀନର ଏପରି କାର୍ଯ୍ୟ ଉପରେ ପରୋକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଚୀନର ପ୍ରମୁଖ ବହୁ ରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ହୁଏଇକୁ କାର୍ଯ୍ୟ ଅନୁମତି ଦେବା ଉପରେ ଏହି ଦୁଇ ରାଷ୍ଟ୍ର ପୁନର୍ବିଚାର କରୁଛନ୍ତି। ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ଏବେ ଚୀନରେ ପୁଞ୍ଜୀନିବେଶ ନେଇ ଅନାଗ୍ରହ ପ୍ରକାଶ କରୁଥିବା ମଧ୍ୟ ଜଣାଯାଇଛି। ବିଶ୍ବର ଅନେକ ରାଷ୍ଟ୍ରର ଅଭିଯୋଗ ଯେ ଚୀନ କରୋନା ମହାମାରୀର ତଥ୍ୟକୁ ଲୁଚାଇବା ସହିତ ଏ ବାବଦରେ ଅବଗତ କରାଇ ନଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ଚୀନର ପକ୍ଷ ନେଇ ବିଶ୍ବବାସୀ ଯଥା ସମୟରେ କରୋନା ସମ୍ପର୍କରେ ଅବଗତ କରାଇ ନଥିବା ଅଭିଯୋଗ ହୋଇଛି। ଚୀନର ଏପରି କାର୍ଯ୍ୟ ପଛରେ ହୀନ ଉଦେଶ୍ୟ ରହିଥିବା କୁହାଯାଇଛି। ବିଶ୍ବ ଅର୍ଥନୀତିରେ ନିଜକୁ ଅଗ୍ରଣୀ କରିବା ଓ ଆମେରିକାକୁ ପଛରେ ପକାଇ ବିଶ୍ବ ରାଜନୀତିରେ ନେତୃତ୍ବ ନେବା ଭଳି ଚୀନର ହୀନ ଉଦେଶ୍ୟ ଲୁଚି ରହିଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories