www.samajalive.in
Saturday, December 13, 2025
14.1 C
Bhubaneswar

“ଖଦି” ବ୍ରାଣ୍ଡର ଉପଯୋଗ କରି ନକଲି ପିପିଇ ବିକ୍ରି : ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି କେଭିଆଇସିର ପ୍ରସ୍ତୁତି

ନୂଆଦିଲ୍ଲୀ :  କେତେକ ବେଆଇନ ବ୍ୟବସାୟିକ କମ୍ପାନୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ ନିର୍ମାଣ କରିବା ସହିତ ସେଗୁଡ଼ିକୁ “ଖଦି ଇଣ୍ଡିଆ” ଟ୍ରେଡ ମାର୍କ ଉପଯୋଗ କରି ବିକ୍ରି କରୁଥିବା ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଦୃଷ୍ଟିକୁ ଆସିଛି । ଏଭଳି କୌଣସି ପିପିଇ କିଟ୍ ବଜାରକୁ ଛାଡ଼ିନଥିବା କେଭିଆଇସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହା ଜଣାପଡ଼ିଛି ଯେ ନକଲି ପିପିଇ କିଟ୍ ଖଦିର ଏକ ଉତ୍ପାଦ ଭଳି ବିକ୍ରି କରାଯାଉଛି, ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ ଏବଂ ଭ୍ରମାତ୍ମକ । ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ କେଭିଆଇସି ସ୍ବତନ୍ତ୍ର ଭାବେ ନିଜର ଉତ୍ପାଦ ଲାଗି ଦୁଇ ଥର ମୋଡ଼ା ହୋଇଥିବା, ହାତରେ କଟା ହୋଇଥିବା, ହାତରେ ବୁଣା ହୋଇଥିବା ଖଦି କପଡ଼ା ଉପଯୋଗ କରିଥାଏ । ସେଥିପାଇଁ ପଲିଷ୍ଟର ଓ ପଲିପ୍ରୋପାଇଲିନ ଭଳି ବୁଣା ହୋଇନଥିବା ସାମଗ୍ରୀରେ ତିଆରି ହୋଇଥିବା କିଟ ଖଦି କିମ୍ବା କେଭିଆଇସିର ଉତ୍ପାଦ ନୁହେଁ ।

- Advertisement -

କେଭିଆଇସିର ଅଧ୍ୟକ୍ଷ ବିନୟ କୁମାର ସକ୍ସେନା କହିଛନ୍ତି ଯେ କେଭିଆଇସି ଖାଦି କପଡ଼ାରେ ପ୍ରସ୍ତୁତ ନିଜସ୍ବ ପିପିଇ କିଟ ବିକଶିତ କରିଛି ଯାହାକି ପରୀକ୍ଷଣ ସ୍ତରରେ ରହିଛି। ସେ ଆହୁରି କହିଥିଲେ ଯେ ବର୍ତ୍ତମାନସୁଦ୍ଧା ଆମେ ବଜାରକୁ ଖଦି ପିପିଇ କିଟ ବଜାରକୁ ଛାଡ଼ିନାହୁଁ। ‘ଖଦି ଇଣ୍ଡିଆ’ ନାମରେ ଠକି କୌଣସି ସାମଗ୍ରୀ ବିକ୍ରି କରିବା ବେଆଇନ ଅଟେ। ଏହାବ୍ୟତୀତ  କରୋନା ମହାମାରୀର ମୁକାବିଲା କରୁଥିବା ଆମର ଡାକ୍ତର, ଚିକିତ୍ସା କର୍ମୀ ଓ ସହାୟକମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଏହି କିଟ ବିପଦ ସୃଷ୍ଟି କରିବ।  ଏଭଳି ଠକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେଭିଆଇସି ଚିନ୍ତା କରୁଛି ।

ଦିଲ୍ଲୀସ୍ଥିତ ‘ନିଚିୟା କର୍ପୋରେସନ’ ଦ୍ବାରା ପ୍ରସ୍ତୁତ କରାଯାଇଥିବା ନକଲି ପିପିଇ କିଟ ମାମଲା କେଭିଆଇସିର ଡେପୁଟି-ସିଇଓ ସତ୍ୟ ନାରାୟଣଙ୍କ ଦୃଷ୍ଟିକୁ ଆସିଥିଲା । ସେ କହିଛନ୍ତି ଯେ କେଭିଆଇସି କୌଣସି ପିପିଇ କିଟ୍ ଲଞ୍ଚ କରିନାହିଁ କିମ୍ବା ଏହି ଦାୟିତ୍ବ କୌଣସି ଘରୋଇ ସଂସ୍ଥାକୁ ଦେଇନାହିଁ।

ବର୍ତ୍ତମାନ କେଭିଆଇ କେବଳ ବିଶେଷ ଭାବେ ଡିଜାଇନ କରାଯାଇଥିବା ଖଦି ମାସ୍କ ପ୍ରସ୍ତୁତ ଓ ବିତରଣ କରୁଛି, ଯାହା ଉଚ୍ଚତମ ସୁରକ୍ଷା ମାନକ ଅନୁରୂପ ପ୍ରସ୍ତୁତ କରାଯାଇଛି। କେଭିଆଇସି ଏହି ମାସ୍କ ନିର୍ମାଣ ଲାଗି ଡବଲ ଟ୍ବିଷ୍ଟ (ଦୁଇ ଥର ମୋଡ଼ା ହୋଇଥିବା) ହୋଇଥିବା ଖଦି କପଡ଼ା ଉପଯୋଗ କରିଛି କାରଣ ଏହା ୭୦ ପ୍ରତିଶତ ଆର୍ଦ୍ରତାକୁ ଶୁଖାଇବାରେ ସକ୍ଷମ ହୋଇପାରିବ । ଏହାବ୍ୟତୀତ ଏହି ମାସ୍କ ହାତରେ କଟା ହୋଇଥିବା ଓ ବୁଣା ହୋଇଥିବା କପଡ଼ାରେ ପ୍ରସ୍ତୁତ ହୋଇଛି। ଯାହା ନିଶ୍ବାସ ନେବା, ଧୋଇବା ଯୋଗ୍ୟ ଏବଂ ଏହାକୁ ପ୍ରାକୃତିକ ଉପାୟରେ ନଷ୍ଟ କରାଯାଇପାରିବ।

 

 

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories