www.samajalive.in
Monday, December 8, 2025
24.1 C
Bhubaneswar

ବାହାର ରାଜ୍ୟକୁ ଯିବା ପାଇଁ ଓଡ଼ିଶା ସରକାରଙ୍କ ଅନୁମତି

ଭୁବନେଶ୍ବର: ଓଡ଼ିଶା ବାହାରକୁ ଡାକ୍ତରୀ ଚିକିତ୍ସା ପାଇଁ କିମ୍ବା ଜରୁରୀ କାର୍ଯ୍ୟ ପାଇଁ ଯେଉଁମାନେ ଯିବାକୁ ଚାହୁଁଥିବେ, ସେମାନେ ଆବଶ୍ୟକ ତଥ୍ୟ ଯାଞ୍ଚ ପରେ ସ୍ଥାନୀୟ ଉପ-ଜିଲ୍ଲାପାଳ ବା ତହସିଲଦାର କିମ୍ବା ଡିସିପି, ଭୁବନେଶ୍ୱର-କଟକ, ପୋଲିସ୍‌ କମିଶନରେଟ୍‌ଙ୍କଠାରୁ ଅନୁମତି ନେବେ। ଅନୁମତି ପତ୍ରର ନକଲ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ। ଏ ସଂପର୍କିତ ନିର୍ଦ୍ଧାରିତ ଫର୍ମ ଓଡ଼ିଶା ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ପ୍ରସ୍ତୁତ କରାଯାଇଛି, ଯାହାକି ଆବେଦନକାରୀଙ୍କ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ତରଫରୁ ଅଧିକୃତ ହୋଇଥିବା ଅଧିକାରୀ ପ୍ରଦାନ କରିପାରିବେ। ସେହି ଫର୍ମରେ ପାସ୍‌ ପ୍ରଦାନର ତାରିଖ ସହ ଗାଡ଼ି ମାଲିକଙ୍କ ନାମ ଓ ମୋବାଇଲ୍‌ ନମ୍ବର, ଡ୍ରାଇଭରଙ୍କ ନାମ ଓ ମୋବାଇଲ୍‌ ନମ୍ବର, ଗାଡ଼ି ରେଜିଷ୍ଟ୍ରେସନ୍‌ ନମ୍ବର, କି ପ୍ରକାର ଯାନ ଓ ଏହାର ସିଟ୍‌ ସଂଖ୍ୟା ଏବଂ ସେଥିରେ ଯାଉଥିବା ବ୍ୟକ୍ତି କେଉଁ ଗ୍ରାମ, ତହସିଲ୍‌, ଜିଲ୍ଲା ଏବଂ ରାଜ୍ୟରୁ, କେଉଁ ରାଜ୍ୟର କେଉଁ ସ୍ଥାନକୁ ଯାଉଛନ୍ତି, ସେ ସଂପର୍କରେ ସବିଶେଷ ତଥ୍ୟ ସହ ଯାଉଥିବା ସମସ୍ତ ବ୍ୟକ୍ତିଙ୍କର ନାମ ସେହି ଫର୍ମରେ ସଂଲଗ୍ନ ରହିବ ।

ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିବାକୁ ଚାହୁଁଥିଲେ ଆବେଦନକାରୀଙ୍କୁ ଓଡ଼ିଶା ସରକାରଙ୍କ ପୋର୍ଟାଲ୍‌ http://covid19.odisha.gov.in ରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏହାପରେ ଆବେଦନକାରୀ ଯେଉଁ ରାଜ୍ୟରେ ଅଟକି ରହିଛନ୍ତି, ସେ ସଂପୃକ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍‌/ପୋଲିସ୍‌ କମିଶନରେଟ୍‌ ବା ପ୍ରାଧୀକୃତ ଅଧିକାରୀଙ୍କୁ ପାସ୍‌ ପାଇଁ ଆବେଦନ କରି ତାଙ୍କଠାରୁ ପାସ୍‌ ନେବେ। ପାସ୍‌ ପ୍ରଦାନ କରିଥିିବା ଅଧିକାରୀ ସେହି ପାସ୍‌ର ଏକ ନକଲ ଆବେଦନକାରୀ ଓଡ଼ିଶାର ଯେଉଁ ଜିଲ୍ଲାକୁ ଆସିବାକୁ ଚାହୁଁଛନ୍ତି, ସେହି ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁୁ ପଠାଇବେ। ସେମାନେ ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ନାମ ପଂଜୀକରଣ ହୋଇଛି କି ନାହିଁ, ତାହା ରାଜ୍ୟରେ ନିର୍ଦ୍ଧାରିତ ସୀମା ଚେକ୍‌ ପଏଣ୍ଟରେ http://covid19.odisha.gov.inରୁ ଯାଞ୍ଚ କରାଯିବ ।

- Advertisement -

ଓଡ଼ିଶାରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ସହିତ ଯଦି କେହି ଆସିଥାନ୍ତି, ସେମାନେ ସମସ୍ତେ ୧୪ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ। ବ୍ୟକ୍ତିମାନେ ଅନ୍ୟ ରାଜ୍ୟକୁ ଯିବା ବା ଅନ୍ୟରାଜ୍ୟରୁ ଆସିବା ସମୟରେ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ରାଜ୍ୟ ଗୃହ ବିଭାଗ ମଧ୍ୟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories