ସମାଜ ପୋର୍ଟାଲ ଡେସ୍କ: ଆସନ୍ତାକାଲି ଅର୍ଥାତ ମେ’ ୩ ରାତି ୧୨ଟା ପରେ ସାରା ଦେଶରେ ଲାଗୁ ହେବ ଲକ ଡାଉନ ବ୍ୟବସ୍ଥାର ତୃତୀୟ ପର୍ଯ୍ୟାୟ। ତେବେ ତାହା ପୂର୍ବରୁ କେନ୍ଦ୍ର ସରକାର ସାରା ଦେଶର ଜିଲ୍ଲାଗୁଡିକୁ ୩ଟି ବର୍ଗରେ ବିଭକ୍ତ କରିଛନ୍ତି। ଗତ ୨୧ ଦିନ ମଧ୍ୟରେ କୌଣସି ସଂକ୍ରମଣ ଚିହ୍ନଟ ହୋଇନଥିବା ଜିଲ୍ଲାଗୁଡ଼ିକୁ ଗ୍ରୀନ ଜୋନରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଜୋନ ଏବଂ ଅତ୍ୟଧିକ ସଂକ୍ରମିତ ଜିଲ୍ଲାଗୁଡ଼ିକୁ ରେଡ ଜୋନରେ ସାମିଲ କରାଯାଇଛି। ସେହି କ୍ରମରେ ଓଡ଼ିଶାର ୩ଟି ଜିଲ୍ଲାକୁ ରେଡ ଜୋନ, ୬ଟି ଜିଲ୍ଲାକୁ ଅରେଞ୍ଜ ଜୋନ ଏବଂ ୨୧ଟି ଜିଲ୍ଲାକୁ ଗ୍ରୀନ ଜୋନ ଘୋଷଣା କରାଯାଇଛି।
ତୃତୀୟ ପର୍ଯ୍ୟାୟ ଲକ ଡାଉନ ସମୟରେ ଓଡ଼ିଶାର ୩୦ଟି ଜିଲ୍ଲାର ବର୍ଗୀକରଣ
ରେଡ ଜୋନ (୩ ଜିଲ୍ଲା) – ଯାଜପୁର, ଭଦ୍ରକ, ବାଲେଶ୍ୱର
Popular Categories



