www.samajalive.in
Monday, December 8, 2025
24.1 C
Bhubaneswar

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କଲେ ତବଲିଗୀ ଜମାତ ସଦସ୍ୟ

ଚଣ୍ଡୀଗଡ଼: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ଲାଜମା ଥେରାପିରୁ ସଫଳତା ମିଳୁଥିବା ଡାକ୍ତରମାନେ କହୁଛନ୍ତି। ତେଣୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ଲାଜମା ଦାନ କରିବାକୁ ଡାକ୍ତରମାନେ ଆହ୍ବାନ କରୁଛନ୍ତି। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଇ ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବାହାର କରାଯିବ। ଏହି ପରିପ୍ରେକ୍ଷୀରେ ହରିୟାଣାରେ ଜଣେ ତବଲିଗୀ ଜମାତ ସଦସ୍ୟ ପ୍ଲାଜମା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ଏପରି କି ଦରକାର ପଡ଼ିଲେ ସେ ୧୦ ଥର ପ୍ଲାଜମା ଦାନ କରିବେ ବୋଲି କହିଛନ୍ତି।

ଏହି ତବଲିଗୀ ଜମାତ ସଦସ୍ୟ ଜଣକ ହେଉଛନ୍ତି ଅରଶଦ ଅହମ୍ମଦ। ସେ କହିଛନ୍ତି, ମୋ​‌ତେ ହସ୍ପିଟାଲ ନିଜ ଘର ଭଳି ଲାଗିଥିଲା। ଡାକ୍ତର ଏବଂ ନର୍ସମାନେ ମୋର ଭଲ ଦେଖାଶୁଣା କରିଥିଲେ। ନିଜ ପରିବାରର ସଦସ୍ୟ ପରି ବ୍ୟବହାର କରିଥିଲେ। ମୁଁ କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇ ୨ ଥର ପ୍ଲାଜମା ଦାନ କରିଛି। ଆଗକୁ ଦରକାର ପଡ଼ିଲେ ଆହୁରି ୧୦ ଥର ଦାନ କରିବି। ସୂଚନାଯୋଗ୍ୟ, ଅଶରଦ ଦିଲ୍ଲୀର ଜବଲିଗୀ ଜମାତରେ ସାମିଲ ହୋଇଥିଲେ। ସେଠାରୁ ଫେରିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ଏବେ ସୁସ୍ଥ ହୋଇଛନ୍ତି। ତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ଆମ ସମସ୍ତଙ୍କୁ ସରକାରଙ୍କୁ ସହଯୋଗ କରିବା ଦରକାର ବୋଲି ସେ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories