www.samajalive.in
Monday, December 8, 2025
24.1 C
Bhubaneswar

କରୋନା ପାଇଁ ହୋଇପାରୁନି ରାସ୍ତା କାମ, ହଇରାଣ ହେଉଛନ୍ତି ଲୋକେ

ସୁଆଣ୍ଡୋ : ଲକ ଡାଉନ ଯୋଗୁ ଦେଶ ତମାମ ସବୁ ବନ୍ଦ ହୋଇରହିଛି । ଏବେ ସରକାରଙ୍କ ସବୁ ନିର୍ମାଣ କାମ ବନ୍ଦ ରହିଛି । ପୁରୀଜିଲା ପଟ୍ଟନାୟିକିଆ – ବଳପୁର ପର୍ଯ୍ୟନ୍ତ ୫ କିମି ୮୩୦ ମିଟର ରାସ୍ତା ନିର୍ମାଣ ପାଇଁ ୨୦୧୮ ମସିହାରେ ପୁର୍ତ୍ତବିଭାଗ ପକ୍ଷରୁ ଆଠ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇ କାମ ଆରମ୍ଭ ହୋଇଥିଲା । ବିଧାୟକ ଉମାକାନ୍ତ ସାମନ୍ତରାୟ ଏହାର ଭୂମିପୂଜା କରିଥିଲେ । ଦୁଇବର୍ଷ ହେବାକୁ ବସିଥିଲେ ମଧ୍ୟ କାମ ସରି ପାରିଲା ନାହିଁ । ସେହିପରି ୫ ଟି ସଚୀବ ଉତ୍କଳମଣିଙ୍କ ଗ୍ରାମ ତଥା ଷଠିଘର ପରିଦର୍ଶନରେ ଆସି ଏହାର ବିକାଶ ପାଇଁ ଏକ ବହୁମୁଖୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୁରୀ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାମ ଆଗେଇ ଚାଲିଥିଲା । ସୁଆଣ୍ଡୋ ବ୍ରିଜ ଠାରୁ ଗୋପବନ୍ଧୁଙ୍କ ଷଠିଘର ପର୍ଯ୍ୟନ୍ତ ରାସ୍ତାର ଦୋହରୀକରଣ କାମ ଆରମ୍ଭ ହୋଇଥିଲା । ତେବେ କରୋନା ମାଡରେ ସବୁ ଅଧା ବାଟରେ ରହି ଯାଇଛି । ଏବେ କାଳବୈଶାଖୀ ବର୍ଷା ଯୋଗୁ ରାସ୍ତା ସାରା କାଦୁଅ ପଙ୍କ । ତେବେ ପୁରୀଜିଲା ଗ୍ରିନ ଜୋନରେ ରହିଥିବା ହେତୁ ସରକାର ଏ ଦିଗପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories