www.samajalive.in
Wednesday, December 10, 2025
26.1 C
Bhubaneswar

ରୋଜଗାର ଛଡେଇ ନେଲା କରୋନା, ଭୋକ ଓପାସରେ କୁମ୍ଭକାର ପରିବାର

ସୁଆଣ୍ଡୋ : କରୋନା ମହାମାରୀ ବିରୁଦ୍ଧରେ ସାରା ଦେଶ ଲଢେଇ କରୁଛି । କରେନା ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ ଜାରି ରହିଛି । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢୁଛି । ଏହାରି ମଧ୍ୟରେ ନିତି କାମ କରି ପେଟ ପୋଷୁଥିବା ଲୋକଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଉଛି । ତାଲା ବନ୍ଦ ଫଳରେ ଚଳଚଞ୍ଚଳ ଜନଜୀବନ ଏକ ପ୍ରକାର ନିଶ୍ଚଳ ହୋଇ ପଡିଛି । ଦେଶର ସବୁ କ୍ଷେତ୍ରକୁ ଏହା ପ୍ରଭାବିତ କରିଛି । ଏବେ ସମସ୍ତ କର୍ମଜିବୀଙ୍କ ପରି କୁମ୍ଭକାର ମାନଙ୍କ ଅବସ୍ଥା ଦୟନୀୟ ହୋଇ ପଡିଲେଣି । ମାଟିରେ ହାଣ୍ଡି କୁଡୁଆ କଳସୀ ପଲମ ଦୀପ ଘଡି ବଢା କୁଞ୍ଚା ଓ ସରା ଆଦି ଗଢି ତାକୁ ବିକ୍ରି କରି ଚଳୁଥିଲେ । ଜଗନ୍ନାଥଙ୍କ ମନ୍ଦିର ଠାରୁ ଆରମ୍ଭ କରି ଲିଙ୍ଗରାଜ ଧବଳେଶ୍ଵର ତାରିଣୀ ସାକ୍ଷୀଗୋପାଳ ଆଦି ଦେବାଳୟ ଗୁଡିକୁ କୁମ୍ଭକାର ବିଭିନ୍ନ ମାଟିର ସାମଗ୍ରୀମାନ ଯୋଗାଇ ଆସୁଥିଲେ । ସେହିପରି ବିବାହ ବ୍ରତ ଜନ୍ମଦିନ ପୂଜାପାର୍ବଣ ମାନଙ୍କରେ ମଧ୍ୟ ବିକ୍ରି କରି ପେଟ ପୋଷୁଥିଲେ । ଏହା ସେମାନଙ୍କର ନିତିଦିନିଆ ବେଉସା ଥିଲା । କିନ୍ତୁ ବର୍ତ୍ତମାନ ଲକ ଡାଉନ ସବୁକିଛି ବନ୍ଦ ରହିଛି । ଯାହା ଫଳରେ ଘରେ ହଜାର ହଜାର ଟଙ୍କାର ହାଣ୍ଡି କୁଡୁଆ ତିଆରି କରି ରହିଥିଲେ ସୁଦ୍ଧା ବିକ୍ରି କରି ନପାରି ବିଚରା ଭୋକ ଓପାସରେ ଦିନ କାଟୁଛନ୍ତି । ଯେତେଦିନ ଯାଏଁ କରୋନା କଟକଣା ରହିଛି ସେତେଦିନ ଯାଏଁ କିପରି ଚଳିବ ଏହି କୁମ୍ଭକାରମାନଙ୍କ ପରିବାରୁ ତାହା ସେମାନଙ୍କ ଚିନ୍ତା ବଢାଇଛି । ତେବେ ସରକାର ସମସ୍ତଙ୍କ ପାଇଁ ସୁବିଧା କରୁଥିବା ବେଳେ କୁମ୍ଭକାର ମାନଙ୍କ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କୁମ୍ଭକାରମାନେ ଅନୁରୋଧ କରିଛନ୍ତି ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories