www.samajalive.in
Monday, December 8, 2025
24.1 C
Bhubaneswar

ତେଲେଙ୍ଗାନାରେ ଫଶି ରହିଥିବା ଶ୍ରମିକଙ୍କୁ ଧରି ଝାଡଖଣ୍ଡ ଅଭିମୁଖେ ଯାତ୍ରା କଲା ସ୍ବତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: କୋରନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଲକ୍‌ଡାଉନ୍ ଯୋଗୁଁ ତେଲେଙ୍ଗାନାରେ ଅଟକି ଯାଇଥିବା ଝାଡଖଣ୍ଡର କିଛି ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ତେଲେଙ୍ଗାନାର ଲିଙ୍ଗମ୍ପାଲୀରେ ଫଶି ରହିଥିବା ଝାଡଖଣ୍ଡର ଶ୍ରମିକ ମାନଙ୍କୁ ଶୁକ୍ରବାର ଦିନ ରେଳ ମନ୍ତ୍ରାଳୟ ପ୍ରଥମ କରି ସ୍ବତନ୍ତ୍ର ରେଳ ନିୟୋଜିତ କରିଛି । ୨୪ ବଗି ବିଶିଷ୍ଟ ଏହି ଟ୍ରେନରେ ୧ ହଜାରୁ ଅଧିକ ଶ୍ରମିକ ଝାଡଖଣ୍ଡ ଫେରୁଛନ୍ତି । ସେମାନେ ଆଜି ରାତି ସୁଦ୍ଧା ଝାଡଖଣ୍ଡରେ ପହଞ୍ଚିବେ ବୋଲି ଜଣାପଡିଛି ।

ରେଲ୍‌ୱେ ପ୍ରୋଟେକ୍‌ସନ୍ ଫୋର୍ସର ମହାନିର୍ଦେଶକ ଅରୁଣ କୁମାର ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ପ୍ରବାସୀ ଶ୍ରମଜୀବୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଆଗକୁ ଅଧିକ ଟ୍ରେନ୍ ନିୟୋଜନ ପ୍ରସଙ୍ଗରେ ଆଜି ନିଷ୍ପତ୍ତି ଗ୍ରହଣ କରାଯିବ ।  ଯଦିଓ ଶ୍ରମିକମାନଙ୍କ ପାଇଁ ଟ୍ରେନ୍ ଚଳାଇବାକୁ ନେଇ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ, କିନ୍ତୁ ଆଜି ତେଲେଙ୍ଗାନାରୁ ଝାଡଖଣ୍ଡ ଆସୁଥିବା ସ୍ୱତନ୍ତ୍ର ଟ୍ରେନର ରାଜ୍ୟ ସରକାରଙ୍କ ଆବେଦନ ଉପରେ ଚଲିଛି ବୋଲି ରେଳ ମନ୍ତ୍ରଣାଳୟ କହିଛି । ଏହା ଏକମାତ୍ର ଟ୍ରେନ୍ ଥିଲା ଯାହା ଚଲାଯାଇଥିଲା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories