ଭୁବନେଶ୍ବର (ବ୍ୟୁରୋ): ରାଜସ୍ଥାନର କୋଟାରୁ ଓଡ଼ିଶା । ନିଜ ଉଦ୍ୟମରେ ଟଙ୍କା ଆଦାୟ କରି ୪ଟି ବସରେ ଓଡ଼ିଶା ଫେରୁଛନ୍ତି ପ୍ରାୟ ୧୧୪ ଜଣ ଛାତ୍ରଛାତ୍ରୀ । ଲକ୍ଡ଼ାଉନ ପରେ ସେମାନେ ଘରକୁ ଆସି ପାରୁ ନଥିଲେ । ଶେଷରେ ନିଜ ନିଜ ମଧ୍ୟରେ ଟଙ୍କା ଆଦାୟ କରି ୪ଟି ଗାଡ଼ି ଭଡ଼ା କରି ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି । ବୁଧବାର ଗୋଟିଏ ଗାଡ଼ି ପୁରୀ ଅଭିମୁଖେ ବାହାରିଥିବାବେଳେ ରାଉରକେଲା ଅଭିମୁଖେ ଆଜି ବାହାରିଛି ୪ଟି ବସ୍ । ଗାଡ଼ି ଭଡ଼ା ପାଇଁ ପ୍ରତ୍ୟେକଙ୍କୁ ଦେବାକୁ ପଡ଼ିଛି ୪ ହଜାର ଟଙ୍କା । ନିଜ ଅର୍ଥରେ ବସ୍ ଯୋଗାଡ଼ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନୁରୋଧରେ କୋଟା ଜିଲ୍ଲାପାଳ ସେମାନଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି । ବସ୍କୁ ସାନିଟାଇଜ୍ କରାଯିବା ସହ ସମସ୍ତଙ୍କର ସ୍କ୍ରିନିଂ କରାଯାଇଛି । ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ସହ କ୍ୱାରେଣ୍ଟାଇନ୍ରେ ରଖାଯିବ ବୋଲି ଦାୟିତ୍ୱରେ ଥିବା ଆଇପିଏସ୍ ଅଧିକାରୀ ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ଜଣପିଛା ୪ ହଜାର ଟଙ୍କା ଦେଇ କୋଟାରୁ ଓଡ଼ିଶା ଫେରୁଛନ୍ତି ଶତାଧିକ ଛାତ୍ରଛାତ୍ରୀ; ଆସନ୍ତାକାଲି ପହଞ୍ଚିବା ଆଶା
Popular Categories



