www.samajalive.in
Wednesday, December 10, 2025
14.1 C
Bhubaneswar

ବାପା ହେଲେ ବୋରିସ୍‌ ଜନସନ୍‌

ଲଣ୍ଡନ : ଗୁରୁତର କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସୋମବାର କାର୍ଯ୍ୟରେ ଯୋଗ ଦେଇଥିବା ୫୫ବର୍ଷୀୟ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ବୁଧବାର ଏକ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ଜନସନ୍‌ଙ୍କ ୩୨ବର୍ଷୀୟା ବାନ୍ଧବୀ କ୍ୟାରୀ ସିମଣ୍ଡସ୍‌ ବୁଧବାର ପୂର୍ବାହ୍ଣରେ ସୁସ୍ଥ ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଜନସନ୍‌ଙ୍କର ପୂର୍ବରୁ ୫ ସନ୍ତାନ ଅଛନ୍ତି। ପ୍ରଥମ ପତ୍ନୀଙ୍କଠାରୁ ଗୋଟିଏ ଥିବାବେଳେ ୨୦୧୮ରେ ଛାଡ଼ପତ୍ର ପାଇଥିବା ଦ୍ବିତୀୟ ପତ୍ନୀ ମାରିନା ହ୍ବିଲରଙ୍କଠାରୁ ୪ ସନ୍ତାନ ଜନ୍ମ ହୋଇଛନ୍ତି। ସିମଣ୍ଡସ୍‌ଙ୍କ ସହିତ ୨୦୧୯ ଆରମ୍ଭରୁ ଜନସନ୍‌ଙ୍କର ପ୍ରେମ ସମ୍ପର୍କ ରହିଆସିଛି। ସିମଣ୍ଡସ୍‌ ହେଉଛନ୍ତି କଞ୍ଜରଭେଟିଭ୍‌ ପାର୍ଟିର ପୂର୍ବତନ ଯୋଗାଯୋଗ ମୁଖ୍ୟ। ଗତ ଫେବୃଆରୀରେ ଉଭୟ ବିବାହ ଓ ସିମଣ୍ଡସ୍‌ଙ୍କ ମାତୃତ୍ବ ସମ୍ପର୍କରେ ସୂଚନା ଦେଇଥିଲେ। ଜନସନ୍‌ କରୋନା ସଂକ୍ରମିତ ହୋଇ ଦୁଇ ସପ୍ତାହ ଚିକିତ୍ସାଧୀନ ଥିବାବେଳେ ସିମଣ୍ଡସ୍‌ଙ୍କୁ ଅଲଗା ରଖାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories