www.samajalive.in
Monday, December 8, 2025
13.1 C
Bhubaneswar

ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ କ୍ୱାରେଣ୍ଟାଇନ ଗୃହ ପରିଦର୍ଶନ ଓ ସମୀକ୍ଷା

ମୋହନା : ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମହେଶ କୁମାର ଚୌଧୁରୀ ଅଚାନକ ମୋହନା ବ୍ଳକରେ ରହିଥିବା ୭୬ଟି କ୍ୱାରେଣ୍ଟାଇନ ଗୃହ ସହ ବ୍ଳକର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିବା ଜଣାପଡିଛି । ସେ ବ୍ଳକ ବିଡିଓ ବଂଶିଧର ଖୋସଲାଙ୍କ କାର୍ୟ୍ୟାଳୟରେ ପହଂଚି ମୋହନା ବ୍ଳକର ୩୯ଟି ପଂଚାୟତରେ ରହିଥିବା କ୍ୱାରେଂଟାଇନ ଗୃହ, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ରାଜ୍ୟ ବାହାରେ ଥିବା ଦାଦନ ଶ୍ରମିକଙ୍କ ବ୍ଳକକୁ ଫେରୁଥିବା ବେଳେ ସେମାନଙ୍କ ରହିବା ପାଇଁ ଆବଶ୍ୟକ କଠୋରୀ ଗୃହ, ସାନିଟାଇଜର ବ୍ୟବସ୍ଥା, ଖାଦ୍ୟ ସୁବିଧା, ପରିବେଶ ପରିଚ୍ଛନ ରଖିବା, ଶୋଇବା ପାଇଁ ଖଟର ସୁବିଧା ଓ ଆନୁସାଙ୍ଗିକ ବ୍ୟବସ୍ଥା ବ୍ଳକ ପ୍ରଶାସନ ପକ୍ଷରୁ ଯୋଗାଇ ଦେବା ପାଇଁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ଶ୍ରୀ ଚୌଧୁରୀ ଲୁହାଗୁଡି, ମୋହନା, ଲିଲିଗଡ, ଅଡବା, ପାଣିଗଣ୍ଡା, ଚାନ୍ଦିପୁଟ,ଚନ୍ଦ୍ରଗିରି ଆଦି କ୍ୱାରେଣ୍ଟାଇନ ଗୃହ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ପ୍ରଶାସନର ବ୍ୟବସ୍ଥାକୁ ସେ ଭୂୟସୀ ପ୍ରଂସଶା କରିଥିଲେ । ଏହି ସମୟରେ ବିଡିଓ ବଂଶିଧର ଖୋସଲା, ବ୍ଳକ ସହକାରୀ ଯନ୍ତ୍ରୀ ଜଗବନ୍ଧୂ ଆଚାର୍ୟ୍ୟ, ପ୍ରମ୍ମୁଖ ଉପସ୍ଥିତ ଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories