www.samajalive.in
Monday, December 8, 2025
27.1 C
Bhubaneswar

ଗ୍ରୀଷ୍ମ ଅବକାଶରେ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ହାଇକୋର୍ଟ

କଟକ: ଚଳିତ ବର୍ଷ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଗ୍ରୀଷ୍ମ ଅବକାଶ ସମୟରେ ଏଥର ଅଦାଲତରେ ସ୍ବାଭାବିକ ଭାବେ କାର୍ଯ୍ୟ ହେବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯଦି ମେ’ ୩ ତାରିଖରେ ଲକ୍‌ଡାଉନ ଅବଧି ବୃଦ୍ଧି ନହୁଏ, ତେବେ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ସ୍ଥଗିତ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କରୋନା ଭୂତାଣୁକୁ ନେଇ ଦେଖା ଦେଇଥିବା ଜରୁରୀ ପରିସ୍ଥିତିରେ ଏହି ପ୍ରସଙ୍ଗରେ ଆଡଭୋକେଟ ଜେନେରାଲ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ଉପ ସଭାପତି, ସଂପାଦକଙ୍କ ସହ ପରାମର୍ଶ କରାଯିବା ପରେ ଗ୍ରୀଷ୍ମ ଅବକାଶ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ନିମ୍ନ ଅଦାଲତ ଗୁଡିକ ପାଇଁ ମଧ୍ୟ ସମାନ ନିର୍ଦ୍ଦେଶନାମା ଜାରି କରାଯାଇଛି।

ରାଜ୍ୟରେ ଲକ୍‌ଡାଉନ ଯୋଗୁଁ ସୃଷ୍ଟି ହୋଇଥିବା ଜରୁରୀ ପରିସ୍ଥିତିରେ ନିମ୍ନ ଅଦାଲତରେ ଗ୍ରୀଷ୍ମ ଅବକାଶ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟ ଯେ କରୋନା ଭୂତାଣ ସଂକ୍ରମଣ ରୋକିବାକୁ ସାରା ଦେଶରେ ମାର୍ଚ୍ଚ ତୃତୀୟ ସପ୍ତାହ ପରଠାରୁ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ହାଇକୋର୍ଟ ଓ ନିମ୍ନ ଅଦାଲତ ଗୁଡିକର ସ୍ବାଭାବିକ କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି। ଭିଡ ଏଡାଇବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାଗୁଡିକର ଶୁଣାଣି କରାଯାଉଥିବା ବେଳେ ଇ-ଫାଇଲିଂ ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଇଛି। ଆଇନଜୀବୀ, ମହକିଲ, କର୍ମଚାରୀ ଓ ସାଧାରଣ ଲୋକଙ୍କ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା ଏକ ପ୍ରକାର ବନ୍ଦ ରହିଥିବା ବେଳେ ସାମାଜିକ ଦୂରତ୍ବ ରକ୍ଷା ନିୟମ କଡା କଡି କରାଯାଇଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories