www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କ ଯାତାୟତ ପାଇଁ ଜାତୀୟସ୍ତରୀୟ ନୀତି ନିର୍ଦ୍ଧାରଣ ହେଉ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଏକ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଛାତ୍ର, ଶ୍ରମଜୀବୀ, ତୀର୍ଥଯାତ୍ରୀ, ରୋଗୀ ଓ ବୃତ୍ତିଜୀବୀମାନଙ୍କ ସମେତ ଅଟକି ରହିଥିବା ସମସ୍ତ ଲୋକଙ୍କର ସହଜ ଯାତାୟତ ପାଇଁ ଏକ ଜାତୀୟ ସ୍ତରୀୟ ନୀତି ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମଜୀବୀମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ସଂପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେବା ନିମନ୍ତେ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ଅନୁରୂପ ଭାବରେ କୋଭିଡ୍‌-୧୯ ପରୀକ୍ଷଣ ସୁବିଧା ବୃଦ୍ଧି କରିବା ଉପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମକୁ ପରାହତ କରିବା ନିମନ୍ତେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସିଛି। କିନ୍ତୁ ଓଡ଼ିଆ ଜାତି କେବେ ବି ଭାଙ୍ଗି ପଡ଼ିନି କି ଆମେ କେବେ ବି ପରାଜିତ ହେବା ନାହିଁ। ଆମ ଧୈର୍ଯ୍ୟ, ଆମ ତ୍ୟାଗ ବଳରେ ଆସିବ ଏକ ନୂଆ ସକାଳ ଏବଂ ଓଡ଼ିଶା ପୁଣି ଥରେ ହସି ଉଠିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଲକ୍‌ ଡାଉନ୍‌ ନିୟମ ମାନି ବ୍ୟାପକ ସାମାଜିକ ସଚେତନତା ଓ ସ୍ୱଚ୍ଛତା ଅଭ୍ୟାସ ଦ୍ୱାରା ଆଗକୁ ବଢ଼ିଲେ ହିଁ କରୋନା ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ। ଜଣେ ଦାୟିତ୍ୱବାନ ସେ୍ୱଚ୍ଛାସେବୀ ଭାବେ ଓଡ଼ିଶା ସରକାରଙ୍କ ପ୍ରୟାସରେ ସାମିଲ ହୋଇ କୋଭିଡ୍‌ ସଂଗ୍ରାମୀ ଭାବେ ନିଜ ବହୁମୂଲ୍ୟ ଯୋଗଦାନ ଦେବା ନିମନ୍ତେ ପଞ୍ଜୀକୃତ ହେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।
ଓଡ଼ିଶା ସରକାର ପ୍ରବାସୀ ଓଡ଼ିଆମାନଙ୍କ ପଂଜୀକରଣ ନିମନ୍ତେ https://covid19.odisha.gov.in ପୋର୍ଟାଲ ଆରମ୍ଭ କରିଛନ୍ତି । ଏଥି ପାଇଁ ୬୭୯୮ ଜଣ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ଏବଂ ସମସ୍ତ ବିଡ଼ିଓଙ୍କୁ ପଂଜୀକରଣ ପ୍ରକି୍ରୟା ବାବଦରେ ତାଲିମ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୬ ହଜାର ଲୋକ ଏହି ପୋର୍ଟାଲ୍‌ରେ ପଂଜୀକରଣ କରିସାରିଛନ୍ତି ।
କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories