www.samajalive.in
Monday, December 8, 2025
24.1 C
Bhubaneswar

’ଏସ୍’ ଠାରୁ ’ଏଲ୍’ କରୋନା ଭୂତାଣୁ ଅଧିକ ଘାତକ: ଗୁଜରାଟ ଫେରନ୍ତା ଓଡ଼ିଆଙ୍କୁ ସାବଧାନ

ଭୁବନେଶ୍ବର (ବ୍ୟୁରୋ) : ରାଜ୍ୟ ସରକାର ବିଭିନ୍ନ ରାଜ୍ୟରୁ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ ଗୁଜରାଟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ ସିଧାସଳଖ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ମଧ୍ୟ ଅନ୍ୟ ରାଜ୍ୟରେ ଅଟକିଥିବା ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏହା ମଧ୍ୟରେ ଗୁଜୁରାଟରୁ ପ୍ରାୟ ଦେଢ଼ଶହ ଶ୍ରମିକ ୩ଟି ବସ ଯୋଗେ ଫେରୁଥିବା ଖବର ମିଳିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଖବରଟି ହେଉଛି ଗୁଜୁରାଟ କରୋନା ଭୂତାଣୁ ସବୁଠାରୁ ମାରାତ୍ମକ ବୋଲି ଖବର ମିଳିଛି । କରୋନା ସଂକ୍ରମିତଙ୍କଠାରେ ଯେଉଁ କୋବିଦ ୧୯ ଭୂତାଣୁ ଠାବ ହୋଇଛି ତାହା ମଧ୍ୟରୁ ସବୁଠାରୁ ମାରାତ୍ମକ ହେଉଛି ଏଲ-କରୋନା ଭୂତାଣୁ । ଏହି ଭୂତାଣୁ ସବୁଠାରୁ ଭୟଙ୍କର ଓ ସେଇଥିପାଇଁ ଗୁଜରାଟରେ ମୃତ୍ୟୁ ଅନୁପାତ ଅନ୍ୟରାଜ୍ୟଠାରୁ ଅଧିକ ବୋଲି ସୂଚନା ମିଳିଛି ।

ସୂତ୍ର ଅନୁସାରେ ଗୁଜରାଟରେ କରୋନା ପୀଡ଼ିତଙ୍କ ମଧ୍ୟରୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ଲୋକମାନଙ୍କର ସିଧା ସଳଖ ଚୀନର ‘ଉହାନ’ ସହର ସଂଯୋଗ ରହିଛି ।  କରୋନା ଭୂତାଣୁ ଦୁଇ ପ୍ରକାରର । ଗୋଟିଏ ଇଂରାଜୀ ‘ଏସ୍’ (S) ଆକାରର ଓ ଅନ୍ୟଟି ଇଂରାଜୀ ‘ଏଲ୍’ (L)ଆକାରର । ଏସ୍ ଆକାରର ଭୂତାଣୁ ସଂକ୍ରମଣରେ ଲୋକଙ୍କ ମୃତ୍ୟୁଙ୍କଠାରୁ ଏଲ୍ ଆକାରର ଭୂତାଣୁ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଅଧିକ । ଗୁଜରାଟରେ ମୃତକଙ୍କ ସଂଖ୍ୟା ୧୫୦ ଅତିକ୍ରମ କରିଛି । ଏମାନଙ୍କ ମଧ୍ୟରୁ ଅଧିକ ଅହମଦାବାଦ ସହରରୁ ଏବଂ ଏହି ସଂଖ୍ୟା୧୦୪ । କୁହାଯାଉଛି ଯେ ଅହମଦାବାଦରେ କରୋନା ମୃତକଙ୍କ ମଧ୍ୟରୁ ଅନେକ ‘ଏସ୍’ ଅକାାରର ଭୂତାଣୁଙ୍କ ଦ୍ବାରା ସଂକ୍ରମିତ ଏବଂ ଏମାନଙ୍କର ସିଧାସଳଖ ଉହାନ ସହ ସଂଯୋଗ ରହିଛି ।

- Advertisement -

 

ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ ସେଣ୍ଟରର ଜଣେ ବୈଜ୍ଞାନିକ ମଧ୍ୟ ରାଜ୍ୟରେ ‘ଏଲ୍’ ଭୂତାଣୁ ସଂକ୍ରମଣକୁ ସତ୍ୟ ବୋଲି ସ୍ବୀକାର କରିଛନ୍ତି । ଗୁଜରାଟ ଚିକିତ୍ସା ସଚିବ ଜୟନ୍ତୀ ରବିଙ୍କ ସୂଚନା ଅନୁସାରେ ଗୁଜରାଟରେ ଯେଉଁ କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟରେ କମ୍ ଉନ୍ନତି ଘଟିଛି ବା ମୃତ୍ୟୁ ଘଟିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ‘ଏଲ୍’ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ଥିବା ଜଣାପଡ଼ିଛି । ଯାହା ଏସ୍ ଭୂତାଣୁ ତୁଳନାରେ ଅଧିକ ଭୟଙ୍କର ।

ଏଲ୍ ଆକାରର ଭୂତାଣୁ ଚୀନର ଉହାନ ସହରକୁ ଧ୍ବଂସ ବିଧ୍ବଂସ କରି ଦେଇଥିଲା । ଆମେରିକାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ନିମନ୍ତେ ମଧ୍ୟ ଏହି ‘ଏଲ୍’ ଭୂତାଣୁକୁ ଦାୟୀ କରାଯାଇଛି । ଆମେରିକାରେ ମୃତକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶରୁ ଅଧିକ ‘ଏଲ୍’ କରୋନା ଭୂତାଣୁ ପୀଡ଼ିତ ବୋଲି ମଧ୍ୟ ଏକ ଗବେଷଣାରୁ ଜଣାପଡ଼ିଛି । ଏଥିପାଇଁ ଗୁଜରାଟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ନିମନ୍ତେ ଏଲ୍ କରୋନା ଭୂତାଣୁକୁ ଦାୟୀ କରାଯାଉଛି । ସାରା ବିଶ୍ବରେ ମୃତକଙ୍କ ମଧ୍ୟରୁ ୩୦% ମୃତକ ‘ଏସ୍’ କରୋନା ଭୂତାଣୁ ଦ୍ବାରା ଘଟିଥିବାବେଳେ ୭୦% ‘ଏଲ୍’ କରୋନା ଭୂତାଣୁ ଯୋଗୁଁ ଘଟିଥିବା ମଧ୍ୟ ସୂଚନା ମିଳିଛି ।

ଅନ୍ୟପକ୍ଷରେ କେରଳରେ ଯେଉଁ କରୋନା ଭୂତାଣୁ ଠାବ ହୋଇଛି ତାହା ‘ଏସ୍’ ଆକାରର ଓ ଯେଉଁଥିପାଇଁ ସେଠାରେ କରୋନା ମୃତକଙ୍କ ସଂଖ୍ୟା କମ୍ ରହିଛି । ଏସ୍-କରୋନା ଭୂତାଣୁ ଏଲ୍-କରୋନା ଭୂତାଣୁଠାରୁ କମ୍ ଆକ୍ରମଣାତ୍ମକ ଓ ସାଧାରଣ ରୋଗ ପ୍ରତିରୋଧ କ୍ଷମତାଥିବା ଲୋକ ଏଥିରୁ ବର୍ତି ପାରିବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି । ଏହି ସ୍ଥିତିରେ ଗୁଜରାଟରୁ ଓଡ଼ିଶା ଫେରୁଥିବା ବା ଭବିଷ୍ୟତରେ ଫେରିବାକୁଥିବା ଶ୍ରମିକମାନଙ୍କ ସଙ୍ଗରୋଧ ଏବଂ ଚିକିତ୍ସା ନିମନ୍ତେ ଭିନ୍ନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ନଚେତ୍ ‘ଏଲ୍’ କରୋନା ଭୂତାଣୁ ଓଡ଼ିଶାରେ ଅଧିକ ସଂକ୍ରମଣ କରିବାର ଆଶଙ୍କା ରହିଛି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories